ବସ୍‌ରେ ପିଟି ହେଲା କାର୍‌, ଜଣେ ଗୁରୁତର

ଖଣ୍ଡଗିରି : ରବିବାର ରାତି ପ୍ରାୟ ସାଢ଼େ ୧୧ଟାରେ ସ୍ଥାନୀୟ ଏକ ପେଟ୍ରାଲ ପମ୍ପ ନିକଟରେ ଠିଆ ହୋଇଥିବା ଏକ ବସ୍‌କୁ କାର୍‌ ଧକ୍କା ଦେବାରୁ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ପରିଚୟ ମିଳି ପାରିନାହିଁ। ଖଣ୍ଡଗିରି ଥାନା ପୁଲିସ ତାଙ୍କୁ କାର୍‌ ଭିତରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଛି।

ସୂଚନାନୁସାରେ ପେଟ୍ରୋଲ ପମ୍ପ ନିକଟରେ ଏକ ବସ୍‌(ଓଆର୦୨ଏଏଚ୍‌-୦୨୫୫) ରାତ୍ରୀ ବିଶ୍ରାମ ପାଇଁ ଠିଆ ହୋଇଥିଲା। ବରମୁଣ୍ଡା ଦିଗରୁ ଖଣ୍ଡଗିରି ଆଡ଼କୁ ଆସୁଥିବା ଏକ କାର୍‌(ଓଡି୩୩ଜେ-୨୦୬୫) ହଠାତ୍‌ ଭାରସାମ୍ୟ ହରାଇ ବସ୍‌ରେ ପିଟି ହୋଇଯାଇଥିଲା। ଫଳରେ କାର୍‌ର ସମ୍ମୁଖ ଅଂଶ ନଷ୍ଟ ହୋଇଯାଇଥିଲା ଓ ଭଗ୍ନ ଅଂଶରେ ଚାଳକ ଚାପି ହୋଇ ଯାଇଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଥିଲା। ପ୍ରାୟ ଅଧ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର