ସପ୍ତାହେ ବନ୍ଦ ରହିବ ଧଉଳି ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’

ମରାମତି, ରକ୍ଷଣାବେକ୍ଷଣ ପାଇଁ

ଧଉଳି: ଧଉଳି ଶାନ୍ତିସ୍ତପ ପରିସରରେ ଚାଲିଥିବା ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ଗୁରୁବାର ସନ୍ଧ୍ୟାରୁ ସପ୍ତାହେ ପର୍ଯ୍ୟନ୍ତ ବନ୍ଦ ରହିବ। ଲାଇଟ୍‌ ଆଣ୍ଡ ସାଉଣ୍ଡ ଯନ୍ତ୍ରାଂଶର ରକ୍ଷଣାବେକ୍ଷଣ, ମରାମତି ତଥା ଏଥିରେ ଥିବା ତ୍ରୁଟିବିଚ୍ୟୁତି ପରଖିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ ଜଣାଇଛନ୍ତି। ଆସନ୍ତା ୧୩ ତାରିଖଠାରୁ ନିୟମିତ ଭାବେ ପୂର୍ବଭଳି ସନ୍ଧ୍ୟା ୭ଟାରୁ ୭ଟା ୩୫ ମିନିଟ୍‌ ପ୍ରଥମ ସୋ’ ଓ ଏହାର ୧୦ ମିନିଟ୍‌ ପରେ ଅର୍ଥାତ୍‌ ୭ଟା ୪୫ରୁ ୮୨୦ ମିନିଟ୍‌ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ସୋ’ ପ୍ରଦର୍ଶନ ହେବ ବୋଲି ଘୋଷଣା ହୋଇଛି। ତେବେ ସୋ’ ବନ୍ଦ ରହିବା ସଂପର୍କରେ ପର୍ଯ୍ୟଟନ ବିଭାଗ ପକ୍ଷରୁ କୌଣସି ପୂର୍ବ ସୂଚନା ଦିଆଯାଇ ନଥିବାରୁ ଆଜି ସୋ’ ଦେଖିବା ପାଇଁ ଏଠାକୁ ଆସିଥିବା ଶତାଧିକ ପର୍ଯ୍ୟଟକ ନିରାଶ ହୋଇ ଫେରିଥିଲେ। ଏନେଇ ଘଟଣାସ୍ଥଳରେ ପ୍ରବଳ ଜନ ଅସନ୍ତୋଷ ଦେଖାଯାଇଥିଲା।

ସମ୍ବନ୍ଧିତ ଖବର