ପ୍ରତିପକ୍ଷଙ୍କ ବିରୋଧରେ ମାମଲା ରୁଜୁ: ଡିସିପି

କୋର୍ଟ ନିର୍ଦେଶକୁ ପୁଲିସର ବେଖାତିର ଘଟଣା

ଭୁବନେଶ୍ୱର: କୋର୍ଟ ନିର୍ଦେଶକୁ କମସନରେଟ୍‌ ପୁଲିସର ବେଖାତିର ଘଟଣାରେ ମତ ରଖିଛନ୍ତି ଡିସିପି ସତ୍ୟବ୍ରତ ଭୋଇ। କହିଛନ୍ତି, ଏ ନେଇ ପ୍ରତିପକ୍ଷଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଖୁବ ଶୀଘ୍ର ଅଭିଯୁକ୍ତ ଗିରଫ ହେବେ। ମିଳିଥିବା ସୂଚନା ଅନୁଯୟୀ, ସହିଦନଗର ଥାନା ଅଧୀନ ବାଙ୍କୁଆଳ ଗାଁର ବିଧବା ମହିଳା ନିର୍ମଳା ପ୍ରଧାନ(୭୦)ଙ୍କର ଏକ ଜମିର ଜାଲ କାଗଜପତ୍ର ପ୍ରସ୍ତୁତ କରି କ୍ଷୀରୋଦ ସ୍ୱାଇଁ ନାମକ ଜଣେ ବ୍ୟକ୍ତି କିଣିଥିଲେ। ନିର୍ମଳା ଏ ନେଇ ଭୁବନେଶ୍ୱର କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟ ଘଟଣାର ତଦନ୍ତ କରିବାକୁ ବଡ଼ଗଡ଼ ଥାନାକୁ ନିର୍ଦେଶ ଦେଇଥିଲେ। ବଡ଼ଗଡ଼ ଥାନା ପୁଲିସ ମାମଲା ରୁଜୁ କରି ବିଲଡର ସଂସ୍ଥାର ଦୁଇ ଜଣକ ଧରଣୀଧର ଓଝା ଓ କୈଳାସ ଚନ୍ଦ୍ର ଓଝାଙ୍କୁ ଗିରଫ କରିଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତ କ୍ଷୀରୋଦ ସ୍ୱାଇଁ ଏବେ ବି ଫେରାର।

ଏ ସମ୍ପର୍କରେ ଡିସିପି ଭୋଇ କହିଛନ୍ତି, କ୍ଷୀରୋଦଙ୍କ ନାଁରେ ମାମଲା ରୁଜୁ ହୋଇଛି ସତ। କିନ୍ତୁ ନିର୍ମଳାଙ୍କ ପୁଅ ମଧ୍ୟ ଜମିକୁ ଅନ୍ୟ ଜଣକକୁ ବିକ୍ରି କରି ଦେଇଛନ୍ତି। ଏହି କାରଣରୁ ନିର୍ମଳାଙ୍କ ପୁଅ ଶରତ ନାୟଙ୍କ ବିରୋଧରେ ମଧ୍ୟ ସହିଦନଗର ମାମଲା ରୁଜୁ ହୋଇଛି। ପୁଲିସ ଶରତଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ତେବେ ଏହା ଏକ ଜମିଜମା ମାମଲା। କୋର୍ଟ ରାୟ ଦେବା ପରେ ଜମିର ପ୍ରକୃତ ମାଲିକ କିଏ ଜଣାପଡ଼ିବ।

ସମ୍ବନ୍ଧିତ ଖବର