ଶିକ୍ଷାଦାନ କ୍ଷେତ୍ରରେ ଓୟୁଏଟିର ସଫଳତା

ଭୁବନେଶ୍ୱର : ଉନ୍ନତ ମାନର ଶିକ୍ଷାଦାନ ପାଇଁ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ସଫଳତା ହାସଲ କରିଛି। ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଦ୍ୱାରା ପରିଚାଳିତ ଜାତୀୟ ଦକ୍ଷତା ପରୀକ୍ଷାରେ ବିଶ୍ୱବିଦ୍ୟାଳୟର ୧୪୪ ଜଣ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଛନ୍ତି। ଦେଶରେ ଥିବା ୭୫ଟି କୃଷି ବିଶ୍ୱବିଦ୍ୟାଳୟ ମଧ୍ୟରେ ଓୟୁଏଟିର ଛାତ୍ରଛାତ୍ରୀ ନବମ ସ୍ଥାନ ହାସଲ କରିଛନ୍ତି। ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ବିଭିନ୍ନ ରାଜ୍ୟରେ ଥିବା କୃଷି ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇବାକୁ ସକ୍ଷମ ହୋଇପାରିବେ। ଓୟୁଏଟିର ଏହି ସଫଳତା ଯୋଗୁଁ ୨୦୧୭ରେ ଜାତୀୟ ଦକ୍ଷତା ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଶା ଦେଶରେ ସପ୍ତମ ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇପାରିଛି। ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଥିପାଇଁ ଛାତ୍ରଛାତ୍ରୀ, ଅଧ୍ୟାପକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର