ବିଳମ୍ବିତ ରାତ୍ରିରେ ହେଲା ଶ୍ରୀଲିଙ୍ଗରାଜଙ୍କ ଅଗ୍ନି ଉତ୍ସବ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଅଗ୍ନି ଉତ୍ସବ ଆଜି ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଶ୍ରୀ ଲିଙ୍ଗରାଜ, ମା’ ପାର୍ବତୀ, ମା’ ରୁକ୍ମିଣୀ, ଶ୍ରୀବାସୁଦେବ ଆଜି ରାତି ପ୍ରାୟ ୧୧ଟାରେ ଯମେଶ୍ବର ମନ୍ଦିର ନିକଟ ଭାରତୀ ମଠକୁ ଭୋଗ ଖାଇବାକୁ ଆସିଥିଲେ। ସେଠାରେ ଶତାଧିକ ଶ୍ରଦ୍ଧାଳୁ ଭୋଗ ଲାଗି କରିବା ସହ ଠାକୁରଙ୍କୁ ଅବିର ଲାଗି କରାଯାଇଥିଲା। ସେହିପରି ଠାକୁର ରାତିରେ ବାଟ କୂଅ ମୁହଁ ବଡ଼ୁ ସାହିଠାରେ ଭୋଗ ଖାଇଥିଲେ। ସେଠାରୁ ଫେରିବା ପରେ ରାତି ପ୍ରାୟ ୨ଟାରେ ମହାଖଳାକୁ ଆସିଥିଲେ। ସେଠାରେ ଅଗ୍ନି ଉତ୍ସବ ସମ୍ପନ୍ନ କରାଯାଇଥିଲା। ସ୍ଥାନୀୟ ରଥଗଡ଼ା ଛକ ମହାଖଳାଠାରେ ପ୍ରଥମେ ଖଟୁଲିରେ ବସିବା ପରେ ନୀତି ପୂଜା, ହୋମ କରାଯାଇଥିଲା। ମହାପ୍ରଭୁ ସେଠାରେ ୭ଥର ପରିକ୍ରମା କରିବା ପରେ ଅଗ୍ନି ସଂଯୋଗ ହୋଇ ଏହି ଉତ୍ସବ ପାଳନ ହେବ। ମହାଖଳାଠାରେ ପୂର୍ବରୁ ପ୍ରସ୍ତୁତ ହୋଇଥବା ନଡ଼ା ଓ କାଠଗଦାରେ ଆଳତି ଦ୍ୱାରା ଅଗ୍ନି ସଂଯୋଗ ହୋଇଥିଲା। ଶ୍ରଦ୍ଧାଳୁମାନେ ଶ୍ରୀଫଳ, ବିଭିନ୍ନ ଫଳ ଓ ପନିପରିବା ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର