ପାଇକ ମହାସ˚ଘର ରାଜ୍ୟ ସାଧାରଣ ଅଧିବେଶନ : ଜାନୁଆରିରେ ଗର୍ଜିବ ପାଇକ ଢାଲ ଓ ତଲୱାର

ଭୁବନେଶ୍ବର : ନିଖିଳ ଓଡ଼ିଶା ପାଇକ ମହାସ˚ଘର ରାଜ୍ୟ ସାଧାରଣ ଅଧିବେଶନ ସ୍ଥାନୀୟ ଜଗନ୍ନାଥ ମନ୍ଦିର, ବାଣୀବିହାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଅଶୋକ ପାଲଟାସି˚ହଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପପତି ଭୀମସେନ ବିଶ୍ବାଳ, ପୂର୍ବତନ ପ୍ରଶାସକ ଗୋପାଳ ଶ୍ରୀଚନ୍ଦନ, ଉତ୍କଳ ସମ୍ମିଳନୀର ସଭାପତି ଅଦ୍ବୈତ ପାତ୍ର, ବିଭୂତ୍‌ି ଭୂଷଣ ସ୍ବାଇଁ ପ୍ରମୁଖ ଯୋଗଦେଇ ବିଭିନ୍ନ ଦାବି ଉପରେ ଆଲୋଚନା କରିଥିଲେ।

ମହାସଂଘ ପକ୍ଷରୁ କୁହାଯାଇଥିଲା ଯେ, ପାଇକ ଆଖଡ଼ା ମାଟିରେ ମିଶିବାକୁ ବସିଲାଣି। ରାଜ୍ୟ ହେଉ ବା କେନ୍ଦ୍ର ସରକାର କାହାର ଏଥିପ୍ରତି ଦୃଷ୍ଟି ପଡ଼ୁନାହିଁ। ଯୋଜନା ପରେ ଯୋଜନା ଗଡ଼ାଇ ଚାଲିଛି। କିନ୍ତୁ ପାଇକ ଆଖଡ଼ାର ଉଦ୍ଧାର ବର୍ତ୍ତମାନ ସୁଦ୍ଧା କରାଯାଇପାରିଲା ନାହିଁ। ଯଦି ରାଜ୍ୟ ସରକାର ପାଇକ ଆଖଡ଼ାକୁ ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖୋଲି ଏହାକୁ ସ୍କାଉଟ୍‌ ଓ ଗାଇଡ୍‌ ଭଳି ମାନ୍ୟତା ନ ଦିଅନ୍ତି, ପାଇକ ଆଖଡ଼ାକୁ ରାଜ୍ୟ କ୍ରୀଡ଼ାର ମାନ୍ୟତା ନଦିଅନ୍ତି, ସ୍ବତନ୍ତ୍ର ପାଇକ ଭତ୍ତା ପାଇଁ ଯୋଜନା ଘୋଷଣା ନ କରନ୍ତି ତେବେ ଆସନ୍ତା ଜାନୁୟାରି ମାସରେ ଭୁବନେଶ୍ବରରେ ହଜାର ହଜାର ବୀର ପାଇକ ପୁଣି ଏକ ପାଇକ ବିଦ୍ରୋହ ସୃଷ୍ଟି କରିବେ। ଏଥିରେ ପାଇକମାନଙ୍କର ଢାଲ, ତଲୱାର ପୁଣି ଗର୍ଜି ଉଠିବ ବୋଲି ମହାସଂଘ ଚେତାବନୀ ଦେଇଛି।

ଏହି ଅବସରରରେ ଶେଷରେ ଶିଳ୍ପପତି ଭୀମସେନ ବିଶ୍ବାଳ, ଗୋପାଳକ୍ରିଷ୍ଣ ଶ୍ରୀଚନ୍ଦ ଓ ବିଭୂତି ସ୍ବାଇଁଙ୍କୁ ରାଜ୍ୟ ଉପଦେଷ୍ଟା ଭାବରେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ଆଜିର ଏକହି ବୈଠକରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପାଇକମାନେ ଯୋଗଦେଇ ଦାବି ନେଇ ଆଲୋଚନା କରିବା ସହ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।’

ସମ୍ବନ୍ଧିତ ଖବର