ଏମ୍‌ସରେ ପାଳିତ ହେଲା ପପୁଙ୍କ ଜନ୍ମଦିନ

ଭୁବନେଶ୍ୱର: ଓଲିଉଡ୍‌ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କର ଜନ୍ମଦିନ ଆଜି  ଦିଲ୍ଲୀ ଏମ୍‌ସରେ ପାଳିତ ହୋଇଥିଲା। ଓଲିଉଡ୍‌ କଳାକାର ବୁଦ୍ଧାଦିତ୍ୟ ମହାନ୍ତି, ସୁନିଲ କୁମାର ଓ ସଂଜୟ ମହାକୁଡ଼ ପପୁଙ୍କ ନିକଟରେ ପହଞ୍ଚି ତାଙ୍କୁ ସ୍ୱାସ୍ଥ୍ୟବସ୍ଥା ପଚାରିବା ସହିତ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଅପରପକ୍ଷରେ ଓଲିଉଡ୍‌ ପରିବାର ତରଫରୁ ଏକ କେକ୍‌ କଟାଯିବା ସହିତ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରାଯାଇଥିଲା।  ଏହି ଅବସରରେ କଳାକାରମାନେ ଠାକୁରଙ୍କ ନିକଟରେ ଦୀପଦାନ କରିଥିଲେ। ଅଗ୍ନ୍ୟାଶୟ ସଂକ୍ରମଣରେ ଆକ୍ରାନ୍ତ ହୋଇ ପପୁ ଏବେ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଛନ୍ତି।  ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ଥିବା ପରିବାର ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର