ପପୁ ପମ୍‌ପମ୍‌ କହିଲେ… ‘ତୁ ଘରେ ରହ…’

ଭୁବନେଶ୍ବର: ମାଳିକା ବଚନ ସତ ହୋଇବ କି… ତୁ ଘରେ ରହ..। କଥାରେ ନୁହେଁ, ବରଂ ଏକ ଭିନ୍ନ ଢଙ୍ଗରେ ମଜାଦାର ଶୈଳୀରେ କରୋନା ମୁକାବିଲା ପାଇଁ ବାର୍ତା ଦେଇଛନ୍ତି କମେଡି କିଙ୍ଗ ପପୁ ପମ୍‌ପମ୍‌। ସୋସିଆଲ ମିଡିଆରେ ୧ମିନିଟ୍‌ ୩୫ ସେକେଣ୍ଡର ଏହି ଗୀତ ଏବେ ବେଶ୍‌ ଲୋକପ୍ରିୟ ହେବାରେ ‌ଲାଗିଛି। ମାଳିକା କଥା ମନେ ପକେଇ ଦେବା ସହ ପ୍ରଶାସନର କଥା ମାନି ଘରେ ରହି ନିଜେ ସୁରକ୍ଷିତ ରହିବାକୁ ସେ ଗୀତ ମାଧ୍ୟମରେ ବାର୍ତା ଦେଇଛନ୍ତି। ଏହାକୁ ସେ ଅକାଳ ମଡ଼କ ବୋଲି କହିବା ସହ ଏହା ବାପ ଭାଇର ସମ୍ପର୍କ ବୁଝିବ ନାହିଁ। ଏପରିକି ଏ ସମୟରେ ଆଖି ଆଗରେ ନିଜର ମଣିଷ ବି ମରିଯିବାର ଆଶଙ୍କା ଦେଖାଦେଇଛି। ମାତ୍ର ସଚେତନ ହେଲେ କରୋନା ଭୂତାଣୁ ସ୍ପର୍ଶ ମଧ୍ୟ କରିପାରିବ ନାହିଁ। ତେଣୁ ଏଥିପାଇଁ ଘରେ ରହିବାକୁ ସେ କହିଛନ୍ତି। ଗୀତରେ ସେ ଏହା ବି କହିଛନ୍ତି ଯେ ପରିବାରକୁ ସମୟ ଦେବାର ଏହା ହେଉଛି ପ୍ରକୃଷ୍ଟ ସମୟ।

ସମ୍ବନ୍ଧିତ ଖବର