ପ୍ରଜ୍ଞାନ ମିସନ ପକ୍ଷରୁ ପରମହଂସ ଯୋଗାନନ୍ଦଙ୍କ ଜୟନ୍ତୀ

ଭୁବନେଶ୍ୱର : ପ୍ରଜ୍ଞାନ ମିସନ୍‌ ପକ୍ଷରୁ ପରମଗୁରୁ ପରମହଂସ ଯୋଗାନନ୍ଦଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଆଜି ଉତ୍କଳମଣ୍ଡପଠାରେ ଉଦ୍‌ଯାପିତ ହୋଇଯାଇଛି। ଉତ୍ସବରେ ସ୍ୱାମୀଜୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ ମୁଖ୍ୟବକ୍ତା, ଦୀପ୍ତିରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପରମଗୁରୁଙ୍କ ଦିବ୍ୟ ଗୁଣ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ୱାମୀ ସମର୍ପଣାନନ୍ଦଜୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସ୍ୱାମୀ ଅନିର୍ବାଣନନ୍ଦ, ବୈରାଗ୍ୟନନ୍ଦ, ଅଚଳାନନ୍ଦ, ଅରୂପାନନ୍ଦ ଓ ବିଜ୍ଞାନାନନ୍ଦଙ୍କ ଗରିମାମୟ ଉପସ୍ଥିତି ଉତ୍ସବସ୍ଥଳକୁ ପବିତ୍ରମୟ କରିଥିଲା। ଆସନ୍ତାକାଲିଠାରୁ ଏହି ଅବସରରେ ତିନିଦିନ ଧରି ସନ୍ଧ୍ୟା ୫ଟା ୩୦ରୁ ଏକଘଣ୍ଟା ଧରି ଭଜନ ପରିବେଷଣ ଓ ୮ଟା ପର୍ଯ୍ୟନ୍ତ ପରମହଂସ ପ୍ରଜ୍ଞାନନନ୍ଦ ମହାରାଜଙ୍କ ଗୀତା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୭ତାରିଖ ସକାଳ ୮ଟାରେ ସିଆରପିସ୍ଥିତ ସଙ୍କଟମୋଚନ ହନୁମାନ ମନ୍ଦିରରେ କ୍ରିୟାଯୋଗ ଧ୍ୟାନ କେନ୍ଦ୍ର ପକ୍ଷରୁ କ୍ରିୟାଯୋଗ ଦୀକ୍ଷା ସାଧନା କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି।

ବିଦ୍ୟାସାଗର, ଶ୍ରୀକାନ୍ତ ଦାସ, ଅନିଲ ଦାସ, ପ୍ରଭାତ ସୁବୁଦ୍ଧି, ଅଶୋକ ମହାନ୍ତି, ପ୍ରଣବ ମହାନ୍ତି, ଶିବପ୍ରସାଦ ମିଶ୍ର, ସଞ୍ଜୀବ ପାଇକରାୟ, ପ୍ରିୟବ୍ରତ କର, ଜ୍ୟୋତିଭୂଷଣ ମହାନ୍ତି, ବିଜୟ କୁମାର ମହାନ୍ତି, ଦିଲ୍ଲୀପ କୁମାର ମହାନ୍ତି ଓ କମଳାକାନ୍ତ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର