ଏଥର ପଥୋତ୍ସବର ଥିମ୍‌ ‘ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ’

ଭୁବନେଶ୍ବର: ଆସନ୍ତା ୨୩ ତାରିଖରେ ନେତାଜୀ ଜୟନ୍ତୀ। ଏହାକୁ ଦୃଷ୍ଟିରେ ରଖି ଜାନୁଆରି ୨୦ରେ ଅନୁଷ୍ଠିତ ହେବାକୁ ଯାଉଥିବା ୭୫ତମ ପଥୋତ୍ସବ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀଙ୍କୁ ସମର୍ପିତ କରାଯିବ। ପଥୋତ୍ସବର ବିଷୟବସ୍ତୁ ‘ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ’ ରଖାଯାଇଛି। ତେଣୁ ପଥୋତ୍ସବରେ ଭାଗ ନେବାକୁ ଥିବା ସମସ୍ତ ସଂଗଠନ ଏହି ଥିମ୍‌କୁ ନେଇ କାର୍ଯ୍ୟକ୍ରମ କରିବେ। ରଙ୍ଗୋଲିରେ ଶ୍ରଦ୍ଧା ନିବେଦନ ସହ ମଞ୍ଚରେ ଦେଶାତ୍ମବୋଧ ସଂଗୀତ ପରିବେଷିତ ହେବ। ସ୍ବାଧୀନତା ସଂଗ୍ରାମୀଙ୍କ ଚିତ୍ର ଅଙ୍କାଯିବା ସହିତ ସେମାନଙ୍କ ସମ୍ପର୍କରେ ଗପ ଶୁଣିବାକୁ ଏଥରର ପଥୋତ୍ସବ ସୁଯୋଗ ସୃଷ୍ଟି କରିବ। ପଥୋତ୍ସବର ନୋଡାଲ୍‌ ଅଫିସର ଭବାନୀ ଶଙ୍କର ଚୟନି କହିଛନ୍ତି ଯେ ଭାରତର ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀଙ୍କ ଅନେକ ଅବଦାନ ରହିଥିଲା। ତେଣୁ ନେତାଜୀ ଜୟନ୍ତୀ ପାଳନ ପୂର୍ବରୁ ଆମ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିବା ପାଇଁ ପଥୋତ୍ସବ ଆକର୍ଷଣ ସାଜିବ।

ସମ୍ବନ୍ଧିତ ଖବର