ପଟିଆ ମ୍ୟାକ୍ସରେ କିଡ୍‌ସ ଫେଷ୍ଟିଭାଲ୍‌

ଭୁବନେଶ୍ୱର: ଦେଶର ଅଗ୍ରଣୀ ଫେସନ୍‌ ଷ୍ଟୋର୍‌ ମ୍ୟାକ୍ସର ପଟିଆ ଡମଣା ଛକଠାରେ ଥିବା ଷ୍ଟୋର୍‌ରେ ମ୍ୟାକ୍ସ କିଡସ୍‌ ଫେଷ୍ଟିଭାଲ୍‌ର ଫାଇନାଲ୍‌ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନେକ ଶିଶୁ ସଙ୍ଗୀତ, ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଗୀତ ଗାଇବାରେ ତ୍ରିନୟନ, ନୃତ୍ୟରେ ନିବେଦ୍ୟା ଓ ଚିତ୍ରାଙ୍କନରେ ସୋମେଶ କର୍‌ ବିଜୟୀ ହୋଇଛନ୍ତି। ତାଙ୍କୁ ମ୍ୟାକ୍ସ କିଡସ୍‌ ଫେଷ୍ଟ୍‍-୨୦୧୮ ଭୁବନେଶ୍ୱର ଟାଇଟଲ୍‌ ମିଳିଛି। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଗାୟିକା ଡକ୍ଟର ଜୟଶ୍ରୀ ଧଳ, ନୃତ୍ୟ ବିଶାରଦ ସୁଶାନ୍ତ ପୃଷ୍ଟି ଓ ବିଶିଷ୍ଟ କଳାକାର ରବୀନ୍ଦ୍ର ମହରରା ଯୋଗ ଦେଇଥିଲେ। ଏହି ଫେଷ୍ଟିଭାଲ୍‌ରେ ଅଂଶଗ୍ରହଣ କରିଥିବା ଶିଶୁମାନଙ୍କ ପ୍ରତିଭା ବିଚାରକମାନଙ୍କୁ ବିମୋହିତ କରିଥିଲା। ମ୍ୟାକ୍ସର ଏଭଳି ଉଦ୍ୟମକୁ ବିଚାରକମଣ୍ଡଳୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର