ପିସିସି ସଭାପତିଙ୍କ ମାଡ୍ରାସି କାଫେ ପରିଦର୍ଶନ

ଚନ୍ଦ୍ରଶେଖରପୁର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଇନ୍‌ଫୋ‌ସିସ୍‌ ଛକରେ ଥିବା ‘ମାଡ୍ରାସି କାଫେ’ ପରିଦର୍ଶନ କରିଛନ୍ତି। ତାଙ୍କ ସହ ଏଆଇସିସି ସାଧାରଣ ସମ୍ପାଦକ ଭି. ରାଜୁ, କଂଗ୍ରେସ ନେତା ତଥା ସମାଜସେବୀ ବିଶ୍ବଜିତ୍‌ ପଟ୍ଟନାୟକ ଗସ୍ତ କରି ଏଠାରେ ମିଳୁଥିବା ଦକ୍ଷିଣ ଭାରତୀୟ ଖାଦ୍ୟ ସମ୍ବନ୍ଧରେ ଏହାର ପରିଚାଳନା ନିର୍ଦେଶକ ବଦ୍ରିନାରାୟଣ ପଟ୍ଟନାୟକଙ୍କ ସହ ବିସ୍ତୁତ ଆଲୋଚନା କରିଥିଲେ। ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ରେଷ୍ଟୁରାଣ୍ଟର ସଫଳତା କାମନା କରିବା ସହ ଆଗାମୀ ଦିନରେ ରାଜଧାନୀରେ ଏହା ଏକ ପ୍ରମୁଖ ରେଷ୍ଟୁରାଣ୍ଟରେ ପରିଣତ ହେବ ବୋଲି ଆଶା ପ୍ରକଟ କରିଥିଲେ।

ସମ୍ବନ୍ଧିତ ଖବର