ଭୁବନେଶ୍ୱର : ଅପରାଧ ନିୟନ୍ତ୍ରଣ ସାଧାରଣ ଲୋକ ଚାହିବା ଅନୁସାରେ ହେଉନାହିଁ। ଫଳରେ ପୁଲିସ ପ୍ରତି ସାଧାରଣ ଲୋକଙ୍କର ଏକ ନକାରାତ୍ମକ ଭାବନା ରହିଛି। କିନ୍ତୁ ପୁଲିସ ଅପରାଧ ନିୟନ୍ତ୍ରଣ ବା ଅପରାଧୀଙ୍କୁ ଧରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଛି। ଦୁଇଦିନ ତଳେ ପୁରୀ ବାଇପାସ୍ ରାସ୍ତାରେ ଏକ ଟ୍ରକ୍ ଚାଳକକୁ ଲୁଟ୍ କରୁଥିବା ବେଳେ ପୁଲିସ ଗୋଡ଼ାଇ ଗୋଡ଼ାଇ ଲୁଟେରାକୁ ଧରି ନିଜର ପାରିବାପଣିଆ ସାବ୍ୟସ୍ତ କରିଛି। ଏଥିପାଇଁ ମଞ୍ଚେଶ୍ବର ଥାନା ପିସିଆର ନଂ ୬ ଓ ୭ର କର୍ମଚାରୀଙ୍କୁ ପୁଲିସ କମିସନର୍ ସତ୍ୟଜିତ ମହାନ୍ତି ସମ୍ବର୍ଦ୍ଧିତ କରିଛନ୍ତି। ତାଙ୍କ କାର୍ଯ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର ଉତ୍ସବରେ ୭ ଜଣ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗକୁ ଅପରାଧ ଦମନ ପାଇଁ ସାହସର ସହ ମୁକାବିଲ କରିବା ପାଇଁ ପରାମର୍ଶ ଦେଇଛନ୍ତି।