ରକ୍ତହୀନତା ରୋକିବାକୁ ବ୍ୟାପକ କାର୍ଯ୍ୟକ୍ରମ କରାଯିବା ଉଚିତ

ଉଦ୍‌ଯାପିତ ହେଲା ପିକକ୍‌ର ସପ୍ତାହବ୍ୟାପୀ ଶିଶୁମେଳା

ଭୁବନେଶ୍ୱର : ପୁଷ୍ଟିସାର ଅଭାବ ଜନିତ ରକ୍ତହୀନତା ଶିଶୁମାନଙ୍କ ବିକାଶରେ ବାଧକ ସାଜିଛି। ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ଉଚିତ ବୋଲି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ କହିଛନ୍ତି। ସ୍ଥାନୀୟ ଏକାମ୍ର ହାଟର ମୁକ୍ତ ମଞ୍ଚରେ ଚାଲିଥିବା ‘ପିପୁଲସ କଲ୍‌ଚରାଲ୍‌ ସେଣ୍ଟର୍‌ (ପିିକକ)’ର ସପ୍ତାହବ୍ୟାପୀ ‘ଶିଶୁମେଳା’ର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇ ଶ୍ରୀ ସାମଲ ଏପରି କହିଛନ୍ତି। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ୍‌ ବୀରକିଶୋର ମିଶ୍ର, ଅବସରପ୍ରାପ୍ତ ପ୍ରଶାସକ ଅଶୋକ ତ୍ରିପାଠୀ ଓ କାନାରା ବ୍ୟାଙ୍କର ପରିଚାଳକ ପଞ୍ଚାନନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶିଶୁମେଳା କମିଟିର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିକକ୍‌ର ସଂପାଦକ ରଂଜନ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଦେଇଥିଲେ। ପିିକକ୍‌ର ଅଧ୍ୟକ୍ଷା ଆଦରମଣି ବରାଳ ଏଥିରେ ଉପସ୍ଥିତ ଥିଲେ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତପନ କୁମାର ମିଶ୍ରଙ୍କୁ ‘ସ୍ୱରୂପ ଜେନା ସ୍ମାରକୀ ସମ୍ମାନ’, ଭଜହରି ମହାପାତ୍ରଙ୍କୁ ‘ଅବନୀ ବରାଳ ସ୍ମାରକୀ ସମ୍ମାନ’, ନୃସିଂହ ଚରଣ ସାହୁଙ୍କୁ ‘ଶିଶୁସାଥୀ ସମ୍ମାନ’, ଦାମୋଦର ସାହୁଙ୍କୁ ‘ପ୍ରଫୁଲ୍ଲ ଚନ୍ଦ୍ର ଦାସ ସ୍ମାରକୀ ଶିଶୁ ଅଧିକାର ସୁରକ୍ଷା ସମ୍ମାନ’, ପ୍ରସିଦ୍ଧି ନାୟକଙ୍କୁ ‘ଶରତ ଚନ୍ଦ୍ର ପୂଜାରୀ ସ୍ମାରକୀ ସମ୍ମାନ’, ପ୍ରୀତି ଝଙ୍କାରଙ୍କୁ ‘ପ୍ରଫୁଲ୍ଲ ଚନ୍ଦ୍ର ଦାସ ସ୍ମାରକୀ ଶିଶୁ ପ୍ରତିଭା ସମ୍ମାନ’, ତପନ ସାହୁଙ୍କୁ ‘ବାଜି ରାଉତ ସ୍ମାରକୀ ସମ୍ମାନ’, ସୁନିତା ସ୍ୱାଇଁଙ୍କୁ ‘ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ’ ଓ ଆଦୃତ ପଟ୍ଟନାୟକଙ୍କୁ ‘ବେବି ଅଫ୍‌ ଦି ଇୟର’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପିକକ୍‌ର ରତ୍ନା ଦାଶ, ଜ୍ୟୋତି ଶଙ୍କର ମହାନ୍ତି, ଜ୍ୟୋତିର୍ମୟୀ ମହାପାତ୍ର, ଗଣେଶ୍ୱର ସିଂହ ଓ କବୀନ୍ଦ୍ର କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର