ଫୋନ୍‌-ଇନ୍‌-ପ୍ଲିଜ୍‌: ‘ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କଲେ ଓଡ଼ିଆଙ୍କ ଅସ୍ମିତା କ୍ଷୁଣ୍ଣ ହେବ’

ଶ୍ରୀମନ୍ଦିରରେ ପରିଚାଳନାଗତ ତ୍ରୁଟି ନେଇ ଦାୟର ଜନସ୍ୱାର୍ଥ ମାମଲାର ବିଚାର କରି ସୁପ୍ରିମ୍‌କୋର୍ଟ ଗୋଟିଏ ପରେ ଗୋଟିଏ ସଂସ୍କାର ଆଣିବା ପାଇଁ ପରାମର୍ଶ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ କିଛି ଦିନ ତଳେ ମାନ୍ୟବର କୋର୍ଟ ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କୁ ପ୍ରବେଶ କରିବା ସଂପର୍କରେ ପ୍ରସ୍ତାବ ଦେଇଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଥିବା ବେଳେ ଏ ସଂପର୍କରେ ‘ସମ୍ବାଦ’ ପକ୍ଷରୁ ସାଧାରଣ ପାଠକଙ୍କ ଫୋନ୍‌-ଇନ୍‌ ଜରିଆରେ ମତାମତ ଲୋଡ଼ାଯାଇଥିଲା।

ଅଣହିନ୍ଦୁମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦେଲେ ଓଡ଼ିଆଙ୍କଅସ୍ମିତା କ୍ଷୁଣ୍ଣ ହେବ। ଓଡ଼ିଆମାନଙ୍କ ସ୍ୱାଭିମାନ ଉପରେ ଆଘାତ ଲାଗିବ। ଶ୍ରୀମନ୍ଦିର ଅପବିତ୍ର ହେବ। ଭବିଷ୍ୟତରେ ଗଣ ଆନ୍ଦୋଳନ ସୃଷ୍ଟି ହେବ।
ମନୋରଞ୍ଜନ ସ୍ୱାଇଁ, ତମାଣ୍ଡୋ, ଭୁବନେଶ୍ୱର

ଅଣହିନ୍ଦୁଙ୍କୁ ପ୍ରବେଶ କରିବାକୁ ଦିଆନଯାଉ। ଦୁନିଆର ସବୁ ଲୋକଙ୍କୁ ଦର୍ଶନ ଦେବା ପାଇଁ ତ ରଥଯାତ୍ରା କରାଯାଏ। ତେବେ ବର୍ଷବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରାକୁ ଭାଙ୍ଗିବା ନେଇ ସୁପ୍ରିମକୋର୍ଟଙ୍କ ଏଭଳି ପ୍ରସ୍ତାବକୁ ମୁଁ ସହଜରେ ଗ୍ରହଣ କରିପାରୁନାହିଁ।
ଶିବନାରାୟଣ ପଣ୍ଡା, ସାକ୍ଷୀଗୋପାଳ

ଯେଉଁମାନେ ଗୋମାଂସ ଭକ୍ଷଣ କରୁଛନ୍ତି ସେମାନଙ୍କୁ କିପରି ଭାବରେ ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ ଦିଆଯିବ? ତେଣୁ ମୁଁ ଏହାର ବିରୋଧ କରୁଛି।
କୈବଲ୍ୟ ସାହୁ, ଡେଲ୍‌ଟା

ହିନ୍ଦୁଶାସ୍ତ୍ର ବିଧି ଅନୁସାରେ ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କୁ ପ୍ରବେଶ ପାଇଁ ଅନୁମତି ନାହିଁ। ତେଣୁ ଏହାର ବିରୋଧ ହେବା ଉଚିତ।
ସୁଦାମ ଚରଣ ସ୍ୱାଇଁ, ଲକ୍ଷ୍ମୀସାଗର, ଭୁବନେଶ୍ୱର

ଏହାର ବିରୋଧ ହେଉ। କାରଣ ଶ୍ରୀମନ୍ଦିରକୁ କେବଳ ହିନ୍ଦୁମାନେ ହିଁ ଯାଇପାରିବେ।
ଈଶ୍ୱରଚନ୍ଦ୍ର ବିଶ୍ୱାଳ, ପୁରୀ

ଅଣହିନ୍ଦୁମାନଙ୍କୁ ଶ୍ରୀମନ୍ଦିରକୁ ଛାଡ଼ିଲେ ଯେଉଁ ଗହଳି ହେବ ଏବଂ ଅସୁବିଧାମାନ ସୃଷ୍ଟି ହେବ, ତାକୁ କେହି ରୋକିପାରିବେ ନାହିଁ।
ବଙ୍ଗରାମ ବେହେରା, ପୁରୀ

ସବୁ ସଂସ୍କୃତିକୁ ନେଇ ଜଗନ୍ନାଥ ସଂସ୍କୃତି ସୃଷ୍ଟି ହୋଇଛି। ଏଠାରେ ସବୁ ଧର୍ମର ସମନ୍ଵୟ ଘଟିଛି। ସେ ତ ଜଗତର ନାଥ ଜଗନ୍ନାଥ। ତେଣୁ ଅଣହିନ୍ଦୁମାନେ ପ୍ରବେଶ କରିବା ଉଚିତ।
ତପନ ସ୍ୱାଇଁ, ଖନ୍ଦୋଳ, କଟକ

ଯାହାଙ୍କୁ ଆମେ ମାତା ବୋଲି କହୁଛୁ, ତାଙ୍କୁ ସେମାନେ ଭକ୍ଷଣ କରୁଛନ୍ତି। ସେମାନେ ଯେହେତୁ ଆମ ସଂସ୍କୃତିକୁ ସମ୍ମାନ ଦେଉନାହାନ୍ତି ତେଣୁ ଆମେ ମଧ୍ୟ ସେମାନଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ଦେବା କଥା ନୁହେଁ।
ତପନ କୁମାର ପୃଷ୍ଟି, ଭଦ୍ରକ

ଠାକୁରଙ୍କୁ ଦର୍ଶନ କରିବାକୁ ସମସ୍ତଙ୍କର ହକ୍‌ ରହିଛି। ତେଣୁ ସମସ୍ତଙ୍କୁ ଶ୍ରୀମନ୍ଦିରକୁ ଆସିବାକୁ ଅନୁମତି ଦିଆଯିବା କଥା।
କେଶବ ସିଂ, ଖୋର୍ଧା

ସମସ୍ତଙ୍କୁ ଶ୍ରୀମନ୍ଦିରକୁ ଆସିବାକୁ ଅନୁମତି ରହୁ। କିନ୍ତୁ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଦୃଢ଼ କରାଯାଉ।
ସୁଶାନ୍ତ ଡେସାନ୍‌, ଝାରସୁଗୁଡ଼ା

ଅଣହିନ୍ଦୁଙ୍କୁ ପ୍ରବେଶ ଅନୁମତି ଦେବା ଠିକ୍‌ ନୁହେଁ। ଏହା ଦ୍ୱାରା ମନ୍ଦିର ଉପରକୁ କେବଳ ବିପଦ ଆସିବ।
ବିଶ୍ୱରଞ୍ଜନ ପଣ୍ଡା, ଶାସ୍ତ୍ରୀନଗର, ଭୁବନେଶ୍ୱର

ପୂର୍ବ ପରମ୍ପରାକୁ ଉଚ୍ଛେଦ କରାନଯାଉ।
ଗୋଦାବରୀଶ ଦାସ, ଖୋର୍ଧା

ମୁଁ ଏହାକୁ ଦୃଢ଼ ଭାବେ ବିରୋଧ କରୁଛି। କାରଣ କେବଳ ଅଶାନ୍ତି ସୃଷ୍ଟି ହେବା ସାର ହେବ।
ଅଜୟ ପାତ୍ର, କୋଣାର୍କ

ଶ୍ରୀମନ୍ଦିରରେ ମାଦଳାପାଞ୍ଜି ହିସାବରେ କାମ ଚାଲୁଛି। ତେଣୁ ଅଣହିନ୍ଦୁମାନଙ୍କୁ ପ୍ରବେଶ କରିବା ଅନୁଚିତ।
ରବିନାରାୟଣ ରାୟ, ପୁରୀ

ହିନ୍ଦୁମାନଙ୍କର ଜଗନ୍ନାଥ ହେଉଛନ୍ତି ଭଗବାନ। ତେଣୁ ହିନ୍ଦୁମାନଙ୍କ ଛଡ଼ା ଅନ୍ୟ କହାକୁ ପ୍ରବେଶ କରିବା ଅନୁଚିତ।
ଦୀପକ କୁମାର ବେହେରା, ନୟାଗଡ଼

ଅଣହିନ୍ଦୁମାନଙ୍କୁ କୌଣସି ପରିସ୍ଥିତିରେ ପ୍ରବେଶ କରାଇବା ଅନୁଚିତ। ସୁପ୍ରିମ୍‌କୋର୍ଟଙ୍କ ପ୍ରସ୍ତାବକୁ ଗ୍ରହଣ କରିବା ଉଚିତ ନୁହେଁ। ପର୍ଯ୍ୟଟକଙ୍କ ଯଦି କୌଣସି କାରଣ ଯୋଗୁଁ ହଇରାଣ କରାଯାଉଛି, ତେବେ ସେଥିପ୍ରତି ସୁପ୍ରିମ୍‌କୋର୍ଟ ଧ୍ୟାନ ଦେବାର ଆବଶ୍ୟକତା ରହିଛି।
ସୁଶାନ୍ତ କୁମାର ଦାସ, ବାଲିପାଟଣା

ମସ୍‌ଜିଦମାନଙ୍କରେ ଯଦି ହିନ୍ଦୁମାନଙ୍କୁ ପ୍ରବେଶ କରାଯାଉ ନାହିଁ, ତେବେ ଅଣହିନ୍ଦୁମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କାହିଁକି କରିବାକୁ ଦିଆଯିବ।
ଗଙ୍ଗାଧର ବେହେରା, ପୁରୀ

ସବୁ ମଣିଷ ସମାନ। ଆଉ ସେହି ମଣିଷ ହିଁ ଜାତି, ଧର୍ମ ତିଆରି କରୁଛି। ଭଗବାନ ମଧ୍ୟ ସମସ୍ତଙ୍କ ପାଇଁ ସମାନ। ତେଣୁ ସମସ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାର ଅନୁମତି ଦିଆଯାଉ।
ସୁଶାନ୍ତ ସାହୁ, ବାରଙ୍ଗ

ଭାରତ ହେଉଛି ସର୍ବସାଧାରଣ ଦେଶ। ସବୁ ଜାତି ଧର୍ମ ମଧ୍ୟ ଏଠାରେ ସମାନ। ଯଦି ଅଣହିନ୍ଦୁମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରିବାର ଅନୁମତି ମିଳିବ ତେବେ ଆମ ମନ୍ଦିରର ଗୌରବ ଅଧିକ ବଢ଼ିବ।
ଶୁକାନ୍ତ ପାତ୍ର, ନୟାଗଡ଼

ଅଣହିନ୍ଦୁମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇବା ଅନୁଚିତ।
ଦୀପ୍ତିରଞ୍ଜନ ଜେନା, ଆଳି

ପୂର୍ବପୁରୁଷର ପ୍ରଥା ଅନୁସାରେ ଶ୍ରୀମନ୍ଦିରେ କାମ ଚାଲୁଛି। ଅଣହିନ୍ଦୁଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରାଇବା ଅନୁଚିତ। ଜଗନ୍ନାଥଙ୍କ ଯାହା ବିଚିତ୍ରତା ରହିଛି ତାହା ନଷ୍ଟ ହୋଇଯିବ।
ରିପୁନ ମହାନ୍ତି, ସାକ୍ଷୀଗୋପାଳ

ଭଗବାନଙ୍କ ଉପରେ ସମସ୍ତଙ୍କ ଅଧିକାର ରହିଛି। ତେଣୁ ସମସ୍ତଙ୍କୁ ପ୍ରବେଶ କରିବାର ଅନୁମତି ଦେବା ଦରକାର।
ବଦ୍ରିଲାଲ ଅଗ୍ରଓ୍ଵାଲ, ଭୁବନେଶ୍ୱର

ପରିସ୍ଥିତି ସହ ସବୁ କିଛି ଜିନିଷର ପରିବର୍ତ୍ତନ ହେଉଛି। ତେଣୁ ପ୍ରଥା ଓ ସଂସ୍କୃତିର ପରିବର୍ତ୍ତନ କରାଇ ସମସ୍ତଙ୍କୁ ଅନୁମତି ମିଳିବା ଉଚିତ।
ଚାଣକ୍ୟ ବିଷ୍ଣୁଗୁପ୍ତ ସାହୁ, ପୁରୀ

ଜଗନ୍ନାଥଙ୍କ ପରମ୍ପରା ଅନୁସାରେ କାମ କରାଯାଉ। ଅଣହିନ୍ଦୁମାନଙ୍କୁ ପ୍ରବେଶ କରିବାର ଅନୁମତି ନ ମିଳିବା ଉଚିତ।
ଅଶ୍ୱିନୀ କୁମାର ଦାସ, ଖୋର୍ଦ୍ଧା

ଅଣହିନ୍ଦୁମାନଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବାର ଅନୁମତି ନ ମିଳିବା ଉଚିତ।
ଜଗନ୍ନାଥ ସେନାପତି, ଚନ୍ଦନପୁର

୧୦୦୦ବର୍ଷ ହେଲାଣି ଯେଉଁ ନୀତି ଚାଲିଛି ତାହା ହିଁ ଚଲାଯାଉ। ଏହାକୁ ସଂଶୋଧନ କରାନଯିବା ହିଁ ଭଲ। ତେଣୁ ଅଯଥାରେ ଏସବୁ ପ୍ରତି ପ୍ରଶ୍ନ ଉଠାଇବା ଅନୁଉଚିତ ।
ମହାବୀର ପ୍ରସାଦ ଶର୍ମ ରାମ ମନ୍ଦିର ପରିଚାଳକ, ଭୁବନେଶ୍ୱର

ସମ୍ବନ୍ଧିତ ଖବର