ଭୁବନେଶ୍ୱର : ସତ୍ୟନଗର ଲେଡିଜ୍ ଫୋରମ ପକ୍ଷରୁ ଗୋପବନ୍ଧୁ ସ୍ମୃତି ସଂସଦଠାରେ ଏକ ଫିଜିଓଥେରାପି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉନ୍ନତମାନର ଯନ୍ତ୍ରପାତି ଦ୍ବାରା ଶତାଧିକ ରୋଗୀଙ୍କ ଫିଜିଓଥେରାପି ଚିକିତ୍ସା କରାଯାଇଛି। ଏହାକୁ ମେୟର ଅନନ୍ତ ନାରାୟଣ ଜେନା ଉଦ୍ଘାଟନ କରିଥିବା ବେଳେ କର ଫିଜିଓଥେରାପି ସେଣ୍ଟର୍ ଓ ରିହାବିଲିଟେସନ୍ର ମୁଖ୍ୟ ଡ. ସସ୍ମିତା ନନ୍ଦ, ନିମ୍ସ ଫିଜିଓଥେରାପି ବିଶେଷଜ୍ଞ ଡା. ଜ୍ୟୋତିର୍ମୟୀ ପାଣିଗ୍ରାହୀ, ଫିଜିଓଥେରାପିଷ୍ଟ ଡା. ନୃସିଂହ ପ୍ରସାଦ ଗୌଡ଼ ଯୋଗ ଦେଇ ଏହି ଚିକିତ୍ସାର ସୁବିଧା ଉପରେ ଆଲୋକପାତ କରିବା ସହ ଏହି ଚିକିତ୍ସା କିପରି ଘରେ କରିହେବ ତାହାର କୌଶଳ ଶିଖାଇଛନ୍ତି। ଶିବିରକୁ ଫୋରମ୍ର ସମ୍ପାଦିକ ଅନୁରାଧା ଦାଶ ପରିଚାଳନା କରିଥିଲେ।