ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାରେ ୧୧ ଆହତ

ଭୁବନେଶ୍ୱର: ଆଜି ସକାଳ ପ୍ରାୟ ୬ଟାବେଳେ ଜୟଦେବ ବିହାର ଓଭରବ୍ରିଜ୍‌ ତଳେ ଏକ ପିକ୍‌ନିକ୍‌ ବସ୍‌ ଆଉ ଏକ ବସ୍‌କୁ ପଛରୁ ଧକ୍କା ଦେବା ଫଳରେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଛି।
ପୁଲିସ ସୂଚନା ଅନୁଯାୟୀ, ରବିବାର ସକାଳୁ ବସ୍‌ଟି ଖୋର୍ଧା ଅଞ୍ଚଳର କେତେକ ଲୋକଙ୍କୁ ନେଇ ଧବଳେଶ୍ୱର ଯାଉଥିଲା। ତେବେ ଜୟଦେବବିହାର ଓଭରବ୍ରିଜ୍‌ ତଳେ ଯାଉଥିବା ସମୟରେ ଅଚାନକ ବସ୍‌ର ବ୍ରେକ୍‌ ଫେଲ୍‌ ହୋଇ ଯାଇଥିଲା। ଫଳରେ ଚାଳକ ଭାରସାମ୍ୟ ହରାଇ ଆଗରେ ଯାଉଥିବା ଏକ ବସ୍‌ ପଛରୁ ଧକ୍କା ଦେଇଥିଲା। ପୁଲିସ ଦୁର୍ଘଟଣା ଘଟାଇଥିବା ବସ୍‌କୁ ଜବତ କରିବା ସହିତ ବସ୍‌ ଚାଳକ ଅରୁଣ ସେଠୀକୁ ଅଟକ ରଖି ପଚରାଉଚରା କରୁଛି। କିଛିଦିନ ତଳେ ଏକ ପିକ୍‌ନିକ୍‌ ବସ୍‌ ଛାତ୍ରଛାତ୍ରୀଙ୍କୁ ରଣପୁରରୁ କପିଳାସ ନେଇ ଯାଉଥିବାବେଳେ ଜୟଦବିହାର ଓଭରବ୍ରିଜ୍‌ ଉପରେ ଦୁର୍ଘଟଣା ଘଟିଥିଲା। ଏଥିରେ ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ତେବେ ଘଟଣାର ୧୫ ଦିନ ନପୂରୁଣୁରୁ ଆଜି ପୁଣି ଥରେ ସେହି ସ୍ଥାନରେ ଦୁର୍ଘଟଣା ଘଟିବା ପୁଲିସକୁ ଅଡୁଆରେ ପକାଇଛି।

ସମ୍ବନ୍ଧିତ ଖବର