ପିକ୍‌ନିକ୍‌ ବସ ଦୁର୍ଘଟଣାଗ୍ରସ୍ତ, ୧୫ ଛାତ୍ର ଆହତ

 

ଭୁବନେଶ୍ୱର: ସ୍କୁଲ ପିଲାଙ୍କୁ ନେଇ ଗତକାଲି ରାତିରେ ବାଣପୁରରୁ ପିକ୍‌ନିକ ପାଇଁ କପିଳାସ ଯାଉଥିବା ବେଳେ ଏକ ଓଡ଼ି ୦୨ ଏସି ୩୧୩୨ ନମ୍ବର ବିଶ୍‌ିଷ୍ଟ ଏକ ଘରୋଇ  ବସ୍‌   ନୂଆପଲ୍ଲୀ ଦୁର୍ଗାମଣ୍ଡପ ପାଖରେ ଜାତୀୟ ରାଜପଥରେ ଏକ ଟ୍ରକ୍‌କୁ ପଛରେ ପିଟିଛି। କୁହୁଡ଼ିଯୋଗୁଁ ଡ୍ରାଇଭର ଆଗରେ ଥିବା ଗାଡ଼ିକୁ ଦେଖି ନ ପାରିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ଫଳରେ ଡ୍ରାଇଭର ସମେତ ୧୫ ଜଣ ଛାତ୍ର ଆହତ ହୋଇଛନ୍ତି। ଖବରପାଇ ପୁଲିସ, ଦମକଳ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି  ଆହତ ଛାତ୍ରମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର