ଭୁବନେଶ୍ବର: ପ୍ରେରଣା ଗ୍ରିନ୍ ଆର୍ମି ପକ୍ଷରୁ ‘ଗଛ ଲଗାଅ ପୃଥିବୀ ବଞ୍ଚାଅ’ ଅଭିଯାନ ଅବସରରେ ଏକ ସଚେତନତା ସଭା ଓ ଶୋଭାଯାତ୍ରା ନୂଆପଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି। ପରିବେଶବିତ୍ ଜଲାଲଉଦ୍ଦିନ୍ ଅହମ୍ମଦ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ, ମାତ୍ରାଧିକ ଗଛକଟା ଓ ଜଙ୍ଗଲ କ୍ଷୟ ଯୋଗୁଁ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ଏହାର ପ୍ରଭାବରେ ବିଶ୍ବତାପନ ବୃଦ୍ଧିପାଇ ମେରୁ ଅଞ୍ଚଳରେ ଥିବା ବରଫ ତରଳି ସମୁଦ୍ର ପତ୍ତନ ବୃଦ୍ଧି ପାଇବ। ଯାହାକି ଜୀବଜଗତ ତିଷ୍ଠିବା ଅସମ୍ଭବ ହୋଇପଡ଼ିବ। ତେଣୁ ବ୍ୟାପକ ବୃକ୍ଷରୋପଣ ମାଧ୍ୟମରେ ଏଭଳି ଏକ ବଡ଼ ବିପଦକୁ ରୋକାଯାଇ ପାରିବ। ଅନୁଷ୍ଠାନର ମୁଖ୍ୟ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର୍ ସୁମିତ୍ରା ଭ˚ଜଦେଓ, ପରିବେଶବିତ୍ ନଳିନୀ ନାଗ୍ବୀ, ପ୍ରକାଶ ଶ୍ରୀଚନ୍ଦନ, ପ୍ରଦୀପ ରାଉତରାୟ, ରମାକାନ୍ତ ମହାପାତ୍ର, ଅଭିନେତା ସବ୍ୟସାଚୀ, ଋଷି ପଟ୍ଟନାୟକ, ଦେବାଶିଷ, ଅଭିନେତ୍ରୀ ଅର୍ଚ୍ଚିତା ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ ଅଭିନେତା, ଅଭିନେତ୍ରୀ ତଥା ଅତିଥିମାନେ ବୃକ୍ଷରୋପଣ କରିବା ସହିତ ସଚେତନତା ଶୋଭାଯାତ୍ରାରେ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଥିଲେ। ଏଥିସହିତ ‘ଗଛ ଓ ପୃଥିବୀ’ ସ˚ପର୍କିତ ତର୍କ, ‘ବୃକ୍ଷ ଓ ଜୀବନ’ ସ˚ପର୍କିତ ପ୍ରବନ୍ଧ ତଥା ‘ସୁସ୍ଥ ପରିବେଶ ସୁସ୍ଥ ଜୀବନ’ ସ˚ପର୍କିତ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
‘ଗଛ ଲଗାଅ, ପୃଥିବୀ ବଞ୍ଚାଅ’ ଅଭିଯାନ
/sambad/media/post_attachments/wp-content/uploads/2019/07/Untitled-10-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)