ଗ୍ରିନ୍‌ ଓ୍ଵାର୍ଲଡ୍‌ ପକ୍ଷରୁ ବୃକ୍ଷରୋପଣ

ପୁରୁଣା ଭୁବନେଶ୍ୱର : ଗ୍ରିନ୍‌ ଓ୍ଵାର୍ଲଡ୍‌ ଟ୍ରଷ୍ଟ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଜି ଟଙ୍କପାଣି ରୋଡ୍‌ ସାଇମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଛ ଲଗାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମେୟର ଅନନ୍ତ ନାରାୟଣ ଜେନା, ଆଇନଜୀବୀ ରାଜୀବ ରାଉତ, କର୍ପୋରେଟର୍‌ ହୃଦୟ ବଲ୍ଲଭ ସାମନ୍ତରାୟ, ପୁଷ୍ପା ଦାସ, ସୁଜିତ ସ୍ୱାଇଁ ଓ ବରିଷ୍ଠ ସାମ୍ବାଦିକ ଗିରିଜା ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରିନ୍‌ ଓ୍ଵାର୍ଲଡ୍‌ର ଅଧ୍ୟକ୍ଷ ନୃପେଶ ନାୟକଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଶ୍ରୀ ନାୟକଙ୍କ ସୂଚନା ଅନୁଯାୟୀ ବାଇପାସ୍‌ର ଉଭୟ ପାର୍ଶ୍ୱରେ ୩୫୦୦ ଗଛ ଲଗାଇବାକୁ ଯୋଜନା ରହିଛି। ଗଛ ଲଗାଯିବା ପରେ ଏହା କିପରି ବଞ୍ଚିବ, ସେଥି ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଗ୍ରିନ୍‌ ଓ୍ଵାର୍ଲଡ୍‌ ନେବ। ଖିମ୍‌ଜି ଫାଉଣ୍ଡେସନ୍‌ ସହଯୋଗରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ଆଜିର କାର୍ଯ୍ୟକ୍ରମକୁ ଗ୍ରିନ୍‌ ଓ୍ଵାର୍ଲଡ୍‌ର ସଦସ୍ୟ ପ୍ରତାପ ବହିଦାର, ସନ୍ତୋଷ ଭୋଇ, ବିମଳ ଭୋଇ, ବିଜୟ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର