ପୁରୁଣା ଭୁବନେଶ୍ୱରରେ ଯୁବ ସ୍ୱାଭିମାନ ଦିବସ

ଭୁବନେଶ୍ୱର: ଯୁବ ସ୍ୱାଭିମାନ ଦିବସ ଉପଲକ୍ଷେ ରବିବାର ଅପରାହ୍ଣରେ ପୁରୁଣା ଭୁବନେଶ୍ୱର, ମହତାବରୋଡ଼, ଆନିଆ ହାଉସ ଛକ ନିକଟ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଶୀତଳଷଷ୍ଠୀ କଲ୍ୟାଣ ମଣ୍ଡପ ପରିସରରେ ବୃକ୍ଷରୋପଣ କରାଯାଇଛି। ସାମ୍ବାଦିକ ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶୀତଳଷଷ୍ଠୀ କମିଟିର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ଉପସଭାପତି ସନତ ମିଶ୍ର, ସମ୍ପାଦକ ପୃଥିବୀକାନ୍ତ ମହାପାତ୍ର, ବିଷ୍ଣୁ ପ୍ରସାଦ ମୁଦୁଲି, ଜୟକୃଷ୍ଣ ମଲିଆ, ବିକ୍ରମ ସୁନ୍ଦରାୟ, ସୋନୁ ନାୟକ, ବସନ୍ତ କୁମାର ସାହୁ, ନୃସିଂହ ସିଂ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର