ପିଏନ୍‌ କଲେଜ ସ୍ନାତକ ଫଳ: ୮୭ % ପାସ୍‌, ଛାତ୍ରୀ ଆଗରେ

ଖୋର୍ଧା: ଖୋର୍ଧା ସ୍ଥିତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଶେଷ ବର୍ଷ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଗତବର୍ଷ ଭଳି ଏବର୍ଷ ମଧ୍ୟ ଛାତ୍ରୀମାନେ ପୁଣି ବାଜିମାତ୍‌ କରିଛନ୍ତି। ମୋଟ ପାସ୍‌ ହାର ୮୭ ପ୍ରତିଶତ ହୋଇଥିବା ବେଳେ ବିଜ୍ଞାନରେ ୯୧ ପ୍ରତିଶତ, ବାଣିଜ୍ୟରେ ୮୩ ପ୍ରତିଶତ ଏବଂ କଳାରେ ୮୬ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ମୋଟ ଉପରେ ଛାତ୍ରୀଙ୍କ ପାସ୍‌ ହାର ୯୨ ପ୍ରତିଶତ ଥିବା ବେଳେ ଛାତ୍ରଙ୍କର ୮୩ ପ୍ରତିଶତ ରହିଛି। ପଦାର୍ଥ ବିଜ୍ଞାନ ସମ୍ମାନ ଛାତ୍ର ସୁଧାଂଶୁ କୁମାର ନାୟକ ସର୍ବାଧିକ ୨୦୫୪ ନମ୍ବର ରଖି ଶ୍ରେଷ୍ଠ ସ୍ନାତ୍ତକ ହେବାର ଗୌରବ ଅର୍ଜନ କରିଛନ୍ତି। ସେହିପରି ବାଣିଜ୍ୟ ସମ୍ମାନରେ ବିଷ୍ଣୁପ୍ରସାଦ ଶତପଥୀ ଓ ଶିକ୍ଷା ସମ୍ମାନ ଛାତ୍ରୀ ସ୍ନିଗ୍ଧା ପଟ୍ଟନାୟକ ଯଥାକ୍ରମେ ବାଣିଜ୍ୟ ଓ କଳାରେ ସର୍ବୋଚ୍ଚ ନମ୍ବର ରଖିଛନ୍ତି। ଆଜି ଏହି ତିନି ଜଣ ବିଦ୍ୟାର୍ଥୀଙ୍କୁ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମହାବିଦ୍ୟାଳୟର ଆଗାମୀ ସାମ୍ବତ୍ସରିକ ଉତ୍ସବ-୨୦୧୯ରେ ସେମାନଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ ପୂର୍ବକ ସମ୍ମାନିତ କରାଯିବ ବୋଲି ଜଣାଯାଇଛି।

ବିଜ୍ଞାନରେ ୯୧%, ବାଣିଜ୍ୟରେ ୮୩% ଓ କଳାରେ ୮୬% ଉତ୍ତୀର୍ଣ୍ଣ
କଳାରେ ସ୍ନିଗ୍ଧା, ବିଜ୍ଞାନରେ ସୁଧାଂଶୁ ଓ ବାଣିଜ୍ୟରେ ବିଷ୍ଣୁପ୍ରସାଦ ଟପ୍‌ର

ଆଜି ପିଏନ୍‌ କଲେଜ୍‌ର ମୈତ୍ରୀ ହଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହାବିଦ୍ୟାଳୟ ପକ୍ଷରୁ ୨୦୧୮ ବର୍ଷର ସ୍ନାତକ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ବାଣିଜ୍ୟ ବିଭାଗରେ ମୋଟ ୨୯୯ ଜଣ ଛାତ୍ରଙ୍କ ମଧ୍ୟରୁ ୨୩୮ ଜଣ ଓ ୧୪୦ ଜଣ ଛାତ୍ରୀଙ୍କ ମଧ୍ୟରୁ ୧୨୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି କଳା ବିଭାଗରେ ମୋଟ ୧୪୯ ଜଣ ଛାତ୍ରଙ୍କ ମଧ୍ୟରୁ ୧୨୦ ଜଣ ଓ ୨୮୮ ଜଣ ଛାତ୍ରୀଙ୍କ ମଧ୍ୟରୁ ୨୫୯ ଜଣ ଏବଂ ବିଜ୍ଞାନ ବିଭାଗରେ ମୋଟ ୨୪୫ଜଣ ଛାତ୍ରଙ୍କ ମଧ୍ୟରୁ ୨୧୫ ଜଣ ଓ ୧୮୬ ଜଣ ଛାତ୍ରୀଙ୍କ ମଧ୍ୟରୁ ୧୭୯ ଜଣ କୃତକାର୍ଯ୍ୟ ହୋଇଛନ୍ତି।
ବିଭିନ୍ନ ସମ୍ମାନ ବିଷୟ ମଧ୍ୟରୁ ବାଣିଜ୍ୟରେ ବିଷ୍ଣୁପ୍ରସାଦ ଶତପଥୀ, ଉଦ୍ଭିଦ ବିଜ୍ଞାନରେ ପଦ୍ମଜା ଭଟ୍ଟ, ରସାୟନ ବିଜ୍ଞାନରେ ଶ୍ରୀତମ ପରିଡ଼ା, ଭୁଗୋଳରେ ନଗ୍‌ମା ମାରାଙ୍ଗୀ, କମ୍ପ୍ୟୁଟର ବିଜ୍ଞାନରେ ପିନାକୀ ନନ୍ଦନ ହୋତା, ଗଣିତରେ ସୌମ୍ୟରଂଜନ ଶତପଥୀ, ପଦାର୍ଥ ବିଜ୍ଞାନରେ ଅଟଳ ବିହାରୀ ପାହାଡ଼ସିଂହ, ଭୂତତ୍ତ୍ଵ ବିଜ୍ଞାନରେ ଶୁଭଲକ୍ଷ୍ମୀ ସାହୁ, ପ୍ରାଣୀତତ୍ତ୍ଵ ବିଜ୍ଞାନରେ ସିଦ୍ଧେଶ୍ୱର ସାହୁ, ଇଲୋକ୍ଟୋ୍ରନିକସ୍‌ ବିଜ୍ଞାରେ ପ୍ରବୀଣ କୁମାର ପ୍ରଜାପତି, ଅର୍ଥନୀତିରେ ପ୍ରକାଶ ଚନ୍ଦ୍ର ବେହେରା, ଶିକ୍ଷାରେ ସ୍ନିଗ୍ଧା ପଟ୍ଟନାୟକ, ଇଂରାଜୀରେ ଅଭିଜିତ ରାଉତରାୟ, ଇତିହାସରେ ରଶ୍ମିତା ଦିହୁଡ଼ି, ଓଡ଼ିଆରେ ତୁଳସୀ ମହାନା, ଦର୍ଶନଶାସ୍ତ୍ରରେ ଲିପିରାଣୀ ସାହୁ, ରାଜନୀତି ବିଜ୍ଞାନରେ ଶର୍ମିଷ୍ଠା ମହାପାତ୍ର, ମନୋବିଜ୍ଞାନରେ ବିଶ୍ୱମିତ୍ର ଦଳାଇ ଏବଂ ସଂସ୍କୃତରେ ଦୀପ୍ତିମୟୀ ସାହୁ ଟପର୍‌ ହୋଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ଡ. ହର ନାରାୟଣ ପାଣିଗ୍ରାହୀ, ଉପାଧ୍ୟକ୍ଷ ଡ. ବିନାୟକ ରଥ, ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ପ୍ରାକ୍ତନ ଅଧ୍ୟକ୍ଷ ତଥା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ପ୍ରଫେସର ଶରତ ଚନ୍ଦ୍ର ଦୋରା, ଉମାଶଙ୍କର ମହାପାତ୍ର, ବିନ୍ଦୁଶ୍ରୀ ମିଶ୍ର, ପରୀକ୍ଷା ନିୟନ୍ତ୍ରକ ଦେବବ୍ରତ ମହାନ୍ତି, ଉପନିୟନ୍ତ୍ରକ ପ୍ରଫେସର ଡ. ସ୍ୱଦେଶ କୁମାର ଦାସ ଏବଂ ବିଜୟ କୁମାର ପରମଗୁରୁ ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ସମ୍ବନ୍ଧିତ ଖବର