ଜୋରଦାର୍ ଚେକିଂ

ଚନ୍ଦ୍ରଶେଖରପୁର : ଆଜି ରାତି ପ୍ରାୟ ୧୦ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ସ୍ଥାନୀୟ ଅଞ୍ଚଳର ନୀଳାଦ୍ରିବିହାର ଏଟିଏମ୍ ଛକ, ଶୈଳଶ୍ରୀ ବିହାର ତାରିଣୀ ଛକ, ମୈତ୍ରୀବିହାର ଫାଣ୍ଡି ଛକ ଓ ପଟିଆ ଅଞ୍ଚଳରେ ଜୋରଦାର ଚେକିଂ ଚଳାଇଛି। ରାତି ଅଧିଆ ଟଙ୍କା ଓ ମାରଣାସ୍ତ୍ର କାରବାର ସନ୍ଦେହରେ ପୁଲିସ ୩ ଚକିଆ ଓ ୪ ଚକିଆ ଗାଡ଼ିକୁ ଅଟକାଇ ଚେକିଂ କରୁଥିବା ବେଳେ ଚାଳକମାନଙ୍କ ଲାଇସେନ୍‌ସ ଓ କାଗଜପତ୍ର ଯାଞ୍ଚ କରୁଛି। ଜୋନ୍ ୬ର ଏସିପି ତରୁଣକାନ୍ତ ଦାସ ଓ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ବିଶ୍ବରଂଜନ ନାୟକଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ଦଳ ଏହି ଚେକିଂ କାର୍ଯ୍ୟ ଚଳାଉଥିବା ବେଳେ ଚନ୍ଦ୍ରଶେଖରପୁର ଅଞ୍ଚରେ ଶାନ୍ତିଶୃଙ୍ଖଳାରେ ନିର୍ବାଚନ କରିବା ନେଇ ସ୍ଥାନୀୟ ଅଞ୍ଚଳ‌ର ବିଭିନ୍ନ ଗଳି ସାହିରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର