ପୁଲିସ ପ୍ରକାଶ କଲା ଅପରାଧ ପରିସଂଖ୍ୟାନ: କମିଛି ମାମଲା

ଭୁବନେଶ୍ୱ: କମିସନରେଟ୍‌ ପୁଲିସ୍‌ ଆଜି ଅପରାଧ ପରିସଂଖ୍ୟାନ ପ୍ରକାଶ କରିଛି। ୨୦୧୩ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଅପରାଧର ଏହି ତୁଳନାତ୍ମକ ତାଲିକାରେ ହତ୍ୟା ଓ ଡକାୟତି ମାମଲା କମିଥିବା ଦର୍ଶାଯାଇଛି। ଭୁବନେଶ୍ୱରରେ ୨୦୧୩ ମସିହାରେ ୪୮ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ୨୦୧୪ରେ ୪୨, ୨୦୧୫ରେ ୪୩, ୨୦୧୬ରେ ୪୪ ଓ ୨୦୧୭ରେ ୨୭ଟି ମାମଲା ପଞ୍ଜୀକୃତ ହୋଇଛି। ସେହିଭଳି କମିସନରେଟ୍‌ ପୁଲିସ ଅଧୀନରେ ୨୦୧୬ରେ ୭୩ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୨୦୧୭ରେ ୪୯ ମାମଲା ହୋଇଛି। ଭୁବନେଶ୍ୱରରେ ୨୦୧୩ ମସିହାରେ ୧୧ଟି ଡକାୟତି ମାମଲା ରୁଜୁ ହୋଇଥିବା ବେଳେ ୨୦୧୪ରେ ୧୨, ୨୦୧୫ରେ ୧୩, ୨୦୧୬ରେ ୧୧ ଓ ୨୦୧୭ରେ ୮ଟି ମାମଲା ପଞ୍ଜୀକୃତ ହୋଇଛି। ତେବେ ଡକାୟତି ପାଇଁ ପ୍ରସ୍ତୁତ ହେଉଥିବା ମାମଲା ୨୦୧୬ରେ ୯ ଥିବା ବେଳେ ୨୦୧୭ରେ ୧୩ ମାମଲା ରୁଜୁ ହୋଇଛି। ସେହିଭଳି ୨୦୧୬ ମସିହାରେ ଚୋରି ସମ୍ପତ୍ତି (୮୨ ଲକ୍ଷ ୩ ହଜାର ୫୮୦)ଠାରୁ ଉଦ୍ଧାର ସମ୍ପତ୍ତି (୧୮ଲକ୍ଷ ୮୦ ହଜାର) ପରିମାଣ ତୁଳନାତ୍ମକ ଭାବରେ ଯଥେଷ୍ଟ କମ୍‌ ରହିଥିବା ବେଳେ ୨୦୧୭ରେ ଚୋରି ସମ୍ପତ୍ତି (୨୭ ଲକ୍ଷ ୨୬ ହଜାର ୪୫୦)ଠାରୁ ଉଦ୍ଧାର ସମ୍ପତ୍ତି (୨୩ ଲକ୍ଷ ୩ ହଜାର) ପରିମାଣ ତୁଳକାତ୍ମକ ଭାବରେ ଭଲ ରହିଥିବା ପୁଲିସ୍‌ ରିପୋର୍ଟରେ ଦର୍ଶାଇଛି।

ସମ୍ବନ୍ଧିତ ଖବର