ବୁଦ୍ଧ ପୂଣ୍ଣିର୍ମାରେ ଡାକ ବିଭାଗର ସ୍ୱତନ୍ତ୍ର କଭର ଉନ୍ମୋଚିତ : ଭୁବନେଶ୍ୱର ଓ କଟକ ମୁଖ୍ୟ ଡାକଘରେ ଉପଲବ୍ଧ ହେବ କଭର୍‌

ଭୁବନେଶ୍ୱର : ବୁଦ୍ଧ ପୂର୍ଣ୍ଣିମା ଅବସରରେ ଆଜି ଓଡ଼ିଶା ଡାକ ସର୍କଲ ପକ୍ଷରୁ ସ୍ୱତନ୍ତ୍ର କଭର ଓ କ୍ୟାନସଲେସନ୍‌ ଭୁବନେଶ୍ୱର ମୁଖ୍ୟ ଡାକଘର ପରିସରରେ ଉନ୍ମୋଚିତ ହୋଇଯାଇଛି। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଉନ୍ମୋଚନ କରିଥିଲେ। ଏହି ସ୍ୱତନ୍ତ୍ର କଭର ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ବୁଦ୍ଧଙ୍କ ଜୀବନୀରୁ ଅନୁପ୍ରେଣିତ କରିବା ଉଦ୍ଦେଶ୍ୟରେ ଏହାକୁ ପ୍ରସ୍ତୁତ କରାଯାଇଥିବା ଡାକ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସ୍ୱତନ୍ତ୍ର କଭର ଭୁବନେଶ୍ୱର ଓ କଟକ ମୁଖ୍ୟ ଡାକଘରେ ଉପଲବ୍ଧ ହେବ। ଏହାର ଦାମ୍‌ ୧୦ଟଙ୍କା ରହିଛି। ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଡାକ ସେବା (ମୁଖ୍ୟ କାର୍ଯ୍ୟାଳୟ)ର ନିର୍ଦେଶକ ଆରପି ଗୁପ୍ତା, ଡାକ ବିଭାଗର ବରିଷ୍ଠ ସୁପରିନଟେଣ୍ଡେଣ୍ଟ ଏସ୍‌ ବିଶ୍ୱାଳ ଓ ସହକାରୀ ନିର୍ଦେଶକ (ଫିଲାଟେଲି) ସର୍ବେଶ୍ୱର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର