‘ଶକ୍ତି-ଦ ଲାୟନ୍‌ ହାର୍ଟ’ର ପୋଷ୍ଟର୍‌ ଉନ୍ମୋଚିତ

ଭୁବନେଶ୍ୱର: ସ୍ନେହଲତା ଫିଲ୍ମ କ୍ରାଫ୍ଟସ୍‌ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶକ୍ତି- ଦ ଲାୟନ୍‌ ହାର୍ଟ’ର ପୋଷ୍ଟର୍‌ ଆଜି ଭୁବନେଶ୍ୱରଠାରେ ଉନ୍ମୋଚିତ ହୋଇଛି। ଏହି ଅବସରରେ ଚଳଚ୍ଚିତ୍ର ନାୟକ କରନ୍‌ ଓ ନାୟିକା ସୁରମୟୀ ଟଙ୍କପାଣି ରୋଡ୍‌ସ୍ଥିତ ସାଇ ମନ୍ଦିରରେ ଚଳଚ୍ଚିତ୍ରର ସଫଳତା ନେଇ ଭଗବାନଙ୍କ ନିକଟରେ ଆର୍ଶୀବାଦ ଭିକ୍ଷା କରି ପ୍ରଚାର ଆରମ୍ଭ କରିଥିଲେ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ସୁଧାକର ବସନ୍ତ ଦେଇଥିବା ବେଳେ ଅଭିଜିତ୍‌ ମଜୁମ୍‌ଦାର୍‌ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଚଳଚ୍ଚିତ୍ରର ସଂଳାପ ଓ କାହାଣୀ ରଣଜିତ୍‌ ପଟ୍ଟନାୟକ ଲେଖିଛନ୍ତି। କ୍ୟାମେରା ପରିଚାଳନା କରିଛନ୍ତି ଭାସ୍କର ଭି ରେଡ୍ଡି। ଆସନ୍ତା ୧୬ରେ ଚଳଚ୍ଚିତ୍ରର ଅଡିଓ ରିଲିଜ୍‌ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଉପଦେଷ୍ଟା ସୁଜିତ୍‌ ସାହୁ, ପ୍ରଯୋଜକ ରୋନକ ସାହୁ ଓ ମିନତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର