ବଲିଉଡ୍ର ଶେହନସାହ ଅମିତାଭ ବଚ୍ଚନଙ୍କୁ ନେଇ ୧୯୮୮ରେ ନିର୍ମିତ ଚଳଚ୍ଚିତ୍ର ‘ଶେହନସାହ’ ବହୁତ ଲୋକପ୍ରିୟ ହୋଇଥିବା ବେଳେ ଏହି ଚଳଚ୍ଚିତ୍ର ପୁନଃ ନିର୍ମାଣ ହେବା ନେଇ ଚର୍ଚ୍ଚା ହେଉଛି। ଏହି ଚଳଚ୍ଚିତ୍ରରେ ଅମିତାଭଙ୍କ ସମେତ ମୀନାକ୍ଷୀ ଶେଷାଦ୍ରି, ଅମରୀଶ ପୁରୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଟିନୁ ଆନନ୍ଦ ଏହାର ନିର୍ଦ୍ଦେଶନା ଦେଇଥିଲେ। ଜୟା ବଚ୍ଚନ ଓ ଇନ୍ଦର ରାଜ ଆନନ୍ଦ ମିଳିତ ଭାବେ ଏହି ଚଳଚ୍ଚିତ୍ରର କାହାଣୀ ପ୍ରସ୍ତୁତ କରିଥିଲେ। ଅମିତାଭ ବଚ୍ଚନ ମୁଖ୍ୟ ଭୂମିକା ନିଭାଇଥିବା ବେଳେ ଫିଲ୍ମର ସଂଳାପ ‘ରିସ୍ତେ ମେଁ ହମ ତୁମ୍ହାରେ ବାପ ଲଗତେ ହୈଁ, ନାମ ହୈ ଶେହନସାହ’ ଆଜି ବି ଲୋକପ୍ରିୟ ହୋଇରହିଛି। ଚର୍ଚ୍ଚା ହେଉଛି ଯେ ଟିନୁ ଆନନ୍ଦ ପୁନଃ ଏହି ଶେହନସାହ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ବିଚାର କରୁଛନ୍ତି। ଏଥିରେ ବି ଅମିତାଭ ବଚ୍ଚନ ମୁଖ୍ୟ ଭୂମିକା ନିଭାଇବେ ବୋଲି ଜଣାପଡ଼ିଛି। ଖୁବ୍ଶୀଘ୍ର ଏ ସଂପର୍କରେ ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଛି।
ପୁନଃ ନିର୍ମାଣ ହୋଇପାରେ ‘ଶେହନସାହ’
/sambad/media/post_attachments/wp-content/uploads/2020/03/f5h64sfh7sf98h7sf98hsfhsfhsfhsfhsfhsfhsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)