ଲତା ମଙ୍ଗେସକରଙ୍କ କୋଳରେ ଋଷି କପୁର ! ଟୁଇଟ୍ କରି ପୁରୁଣା ଫଟୋ ସେୟାର କଲେ ଋଷି

ବଲିଉଡ ଅଭିନେତା ଋଷି କପୁର ସୋସିଆଲ ମିଡିଆରେ ସକ୍ରିୟ ରହିଥିବା ବେଳେ ନିଜର ଟ୍ବିଟ୍‌କୁ ନେଇ ସେ ପ୍ରାୟ ସମୟ ଚର୍ଚ୍ଚାରେ ରୁହନ୍ତି। ଏହି କ୍ରମରେ ଆଜି ସେ ଏପରି ଏକ ଫଟୋ ପୋଷ୍ଟ କରିଛନ୍ତି, ଯାହା ତାଙ୍କ ପ୍ରଶଂସକମାନେ ଖୁବ ସେୟାର କରୁଛନ୍ତି। ଏକ ଫ‌ଟୋରେ ସେ ‌ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ କୋଳରେ ନଜର ଆସିଛନ୍ତି। ଋଷି ଯେତେବେଳେ ୩ ମାସର ହୋଇଥିଲେ ସେତେବେଳେ ଲତା ତାଙ୍କୁ କୋ‌ଳରେ ଧରିଥିବାର ଫଟୋ ଛାଡ଼ିଛନ୍ତି। ଏହି ଫଟୋରେ ଋଷି କ୍ୟାପସନ ଦେଇଛନ୍ତି ‘ନମସ୍କାର ଲତା ଜୀ, ଆପଣଙ୍କ ଆଶୀର୍ବାଦ ମୋ ଉପରେ ସବୁବେଳେ ଅଛି। ମୁଁ ୩ ମାସର ଥିବା ସମୟର ଏହି ଫଟୋଟି ପାଇଛି। ମୁଁ ଏହି ଫଟୋଟି ଟ୍ବିଟରରେ ଛାଡ଼ି ଦୁନିଆକୁ ଏ ବିଷୟରେ ଜଣାଇପାରିବି କି? ଏ ଫଟୋଟି ମୋ ପାଇଁ ବହୁତ ମୂଲ୍ୟବାନ।

ଏ ଫଟୋ ଦେଖିବା ପରେ ଲତା ମ‌ଙ୍ଗେସକର ଲେଖିଛନ୍ତି, ନମସ୍କାର ଋଷି ଜୀ। ଏ ଫଟୋ ଦେଖି ମତେ ବହୁତ ଖୁସି ଲାଗୁଛି। ମତେ ବି ଏହି ଫଟୋ ମିଳୁ ନଥିଲା। ଏ ଫଟୋ ଦେଖି ମତେ କୃଷ୍ଣା ଭାଉଜ ଓ ରାଜ ସାହବଙ୍କ କଥା ମନେ ପଡ଼ିଯାଉଛି। ଏହି ଫଟୋଟି କୃଷ୍ଣା ଭାଉଜ ତୁମକୁ ମୋ ହାତରେ ଦେବା ସମୟର। ଫଟୋଟିକୁ ସେୟାର କରି ବହୁତ ଭଲ କରିଛ। ଈଶ୍ବରଙ୍କ ନିକଟରେ ପ୍ରାର୍ଥନା ତୁମ ସ୍ବାସ୍ଥ୍ୟ ସବୁ ବେଳେ ଭଲ ରହୁ ବୋଲି ଲତା ଲେଖିଛନ୍ତି।

ସମ୍ବନ୍ଧିତ ଖବର