ମହାରଥୀଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର: ମହିଳାମାନଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ବିଜେପି ଲିଙ୍ଗରାଜ ଯୁବମୋର୍ଚ୍ଚା ପକ୍ଷରୁ ଆଜି ପଳାସପଲ୍ଲୀ ଛକଠାରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହାସହ ତୁରନ୍ତ ଶ୍ରୀ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଯୁବମୋର୍ଚ୍ଚାର କର୍ମକର୍ତ୍ତାମାନେ ଦାବି କରିଥିଲେ। ସେହିପରି ତାଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରି ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଥିଲା। ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଆଶୁତୋଷ ନନ୍ଦଙ୍କ ଅଧ୍ୟକ୍ଷତାରେ ଏଥିରେ ସଂଗଠନର ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ସଂଯୋଜକ ମଦନ ମୋହନ ପ୍ରଧାନ, ପୂର୍ବତନ କର୍ପୋରେଟର୍ ସୁବାସିନୀ ପୃଷ୍ଟି, ଶିବ ପ୍ରସାଦ ବେହରୋ, ଲିଙ୍ଗରାଜ ପୃଷ୍ଟି, ଅଜିତ ମହାନ୍ତି ଓ ଶତାଧିକ ଯୁବକ ସାମିଲ୍‌ ଥିଲେ।

ସମ୍ବନ୍ଧିତ ଖବର