ପ୍ରଣବଙ୍କୁ ପ୍ରଣାମୀ

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଜୀବନ ବ୍ୟାପୀ ସଂଗୀତର ସୁମଧୁର ଉପହାର ଭେଟି ଦେଇଥିବା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ନିକଟରେ ଶ୍ରୀଜୟଦେବ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଏନେଇ ପ୍ରଣବଙ୍କୁ ସଶ୍ରଦ୍ଧ ଶୁଭେଚ୍ଛା ପାଇଁ ଆଜି ଆୟୋଜିତ ହୋଇଥିଲା ଏକ ସମୂହ ସମ୍ବର୍ଧନା ସଭା। ‘ସଂଭାବନା’ ପକ୍ଷରୁ ଜୟଦେବ ଭବନ ମିନି ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ସଭାରେ ପ୍ରଣବଙ୍କ ସଂଗୀତ ଜୀବନର ଗୁଣଗାନ କରିଥିଲେ ଅତିଥି ଓ ଶୁଭେଚ୍ଛୁବୃନ୍ଦ। ପ୍ରାରମ୍ଭରେ ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର ସମ୍ବର୍ଧିତ କରିଥିଲେ। ଶ୍ରୀ ପଟ୍ଟନାୟକଙ୍କ ସହଧର୍ମିଣୀ କସ୍ତୁରିକା ପଟ୍ଟନାୟକ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ବିଶିଷ୍ଟ ଭାଷାବିତ୍‌ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ସାହିତ୍ୟିକ ଦାଶ ବେନହୁର, ସଂଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ୍‌, ଧୀରେନ ରାୟ, ନିମାକାନ୍ତ ରାଉତରାୟ, ପ୍ରତାପ ଚନ୍ଦ୍ର ଜେନା, ଶୁଭେନ୍ଦ୍ର ନାୟକ, ଡ.ଦେବାଶିଷ ମହାପାତ୍ର, ପ୍ରଦୀପ କୁମାର ଦାସ, ଡ.ଅମିୟ କୁମାର ମହାନ୍ତି, ମାନସୀ ସୁନ୍ଦରାୟ, ଗିରିଜା ଦାଶ, ସୌଦାମିନୀ ସାମଲ, ମଧୁସ୍ମିତା ଦାସ, ତପୁ, ସାଗରିକା, ବର୍ଣ୍ଣାଳୀ ପ୍ରମୁଖ ଗୀତ ଓ ବକ୍ତବ୍ୟରେ ଶ୍ରଦ୍ଧା ଓ ଶୁଭେଚ୍ଛା ନିବେଦନ କରିଥିଲେ। ସୁଶାନ୍ତ ପଣ୍ଡା, ସିଦ୍ଧାନ୍ତ ଶତପଥୀ ପ୍ରଣବଙ୍କ ସଂଗୀତ ପରିବେଷଣ କରିଥିଲେ। ସଂଭାବନାର ସମ୍ପାଦକ ଦେବପ୍ରସାଦ ପରିଜା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଟ୍ରଷ୍ଟି ସ୍ମୃତି ମହାନ୍ତି, ସତ୍ୟବ୍ରତ ମହାପାତ୍ର, ପ୍ରଫୁଲ୍ଲ ଦେ, ଅଭିରାମ ସାହୁ ଉତ୍ସବ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର