ପଥପ୍ରାନ୍ତ ଶିଶୁଙ୍କୁ ନେଇ କ୍ରୀଡ଼ା ପ୍ରତିଯୋଗିତା

ଭୁବନେଶ୍ୱର: ଶିଶୁ ଦିବସ ଉପଲକ୍ଷେ ‘ଆଶାଏଁ’ ଓ ‘ଜୟ ଓଡ଼ିଶା’ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୬ ଆଥ୍‌ଲେଟିକ୍‌ ଆସୋସିଏସନ୍‌ ପଡ଼ିଆରେ ପଥପ୍ରାନ୍ତ ଶିଶୁମାନଙ୍କୁ ନେଇ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏଥିରେ ପ୍ରାୟ ୬୦ରୁ ଊର୍ଧ୍ୱ ପଥପ୍ରାନ୍ତ ଶିଶୁ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲଳିତ ମୋହନ ମହାନ୍ତି ଉଦ୍‌ଘାଟନ କରିଥିଲେ। କୋଚ୍‌ ଜୟଦେବ ମହାପାତ୍ର ଓ ଲିପୁନ ହାଁସଦା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାରେ ଉଭୟ ବାଳକ ଓ ବାଳିକା ବିଭାଗରେ ଦୌଡ଼, ଅଖା ଦୌଡ଼, ସଟ୍‌ଫୁଟ୍‌ ଥ୍ରୋ, ବାସ୍କେଟ୍‌ ବଲ୍‌ ଆଦି ଖେଳ ଆୟୋଜନ କରାଯାଇଥିଲା। ଏଥିରେ ଚିତ୍ତ ମହାନ୍ତି, ନୀଲକମଲ ମହାନ୍ତି ଓ ରତ୍ନାକର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ କ୍ରୀଡ଼ା ଓ ଯୁବ ସେବା ବିଭାଗର ସତ୍ୟବ୍ରତ ମହାନ୍ତି, ନିବେଦିତା ଆଚାର୍ଯ୍ୟ, ଜୟ ଓଡ଼ିଶାର ପ୍ରତିଷ୍ଠାତା ରୁଦ୍ର ସାମନ୍ତରାୟ, ସଂଗ୍ରାମ ପାଇକରାୟ, ଆଶିଷ ବେବର୍ତ୍ତା, ହାସ୍ୟ ଅଭିନେତା ହରିହର ମହାପାତ୍ର ଓ ହରସିମ୍‌ରନ୍‌ ସିଂହ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର