ଜଗା-ବଳିଆଙ୍କ ପାଇଁ ଦରଦ

ସମୂହ ଦୀପଦାନ କଲେ କ୍ରୀଡ଼ାତାରକା

ଭୁବନେଶ୍ୱର : ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଆରୋଗ୍ୟ କାମନା କରି ସ୍ପୋର୍ଟସ କିକ୍‌ ବକ୍ସିଂ ସଂଘ ଭୁବନେଶ୍ୱର (ଏସ୍‌କେଏବି)ର କର୍ମକର୍ତାମାନେ ସୋମବାର ଏକ ଦୀପଦାନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଦୀପଦାନ ଶୋଭାଯାତ୍ରା ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ୍‌ଠାରୁ ବାହରିଥିଲା। ଶେଷରେ ସ୍ଥାନୀୟ ତାରିଣୀ ମନ୍ଦିରଠାରେ ସମୂହ ଦୀପଦାନ କରାଯାଇଥିଲା। ଏଥିରେ ଏସ୍‌କେଏବିର ସଭାପତି ତଥା ଭୁବନେଶ୍ୱର ମହାନଗର ନିଗର ମେୟର ଅନନ୍ତ ନାରାୟଣ ଜେନା, ଉପ ସଭାପତି ବିରଞ୍ଚି ନାରାୟଣ ମହାସୁପକାର, ସୁଜିତ ସ୍ୱାଇଁ, ସଂପାଦକ ରଶ୍ମି ରଂଜନ ମହାନ୍ତି, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏବଂ ଏସକେଏବିର ଦେଢ଼ଶହରୁ ଅଧିକ କର୍ମକର୍ତା ଯୋଗ ଦେଇଥିଲେ।

ଭବାନୀ କ୍ଲବ୍‌ ଏବଂ କଳିଙ୍ଗ କ୍ଲବ୍‌ ପକ୍ଷରୁ ଦୀପଦାନ

ଭୁବନେଶ୍ୱର : ଚିକିତ୍ସାଧୀନ ଜଗା-ବଳିଆ ସୁସ୍ଥ ହୋଇ ଫେରି ଆସିବା ଉଦ୍ଦେଶ୍ୟରେ ଭବାନୀ କ୍ଲବ୍‌ ଏବଂ କଳିଙ୍ଗ କ୍ଲବ୍‌ ପକ୍ଷରୁ ୨୮ନଂ ଓ୍ଵାର୍ଡ ପିରସରରେ ସମୂହ ପ୍ରାର୍ଥନା ଓ ଦୀପଦାନ କରାଯାଇଛି। ଭବାନୀ ଶଙ୍କର ମନ୍ଦିର ପ୍ରାଙ୍ଗଣରେ କ୍ଲବ୍‌ର ସମସ୍ତ ସଦସ୍ୟଙ୍କ ସମେତ ନନ୍ଦିନୀପଲ୍ଲୀ ଓ ଶବର ସାହିର କୁନିକୁନି ପିଲାମାନେ ମଧ୍ୟ ଦୀପଦାନ କରିଥିଲେ। ବିବେକାନନ୍ଦ ବାରିକଙ୍କ ସମେତ ପ୍ରକାଶ ଦେହୁରୀ, ଅମ୍ଳେଶ ଦାସ, ଜିତେନ୍ଦ୍ର କୁମାର ସିଂହ, ସନ୍ତୋଷ ବେହେରା, କୁଳମଣି ନାୟକ, ଲକ୍ଷ୍ମୀ ଦିଗି, ସତ୍ୟ ପଟ୍ଟନାୟକ, ପ୍ରଫୁଲ୍ଲ ନାୟକ, ରବି ପାଣି, ବିଚିତ୍ର ଜେନା ଓ ଭୀମସେନ ନାୟକଙ୍କ ତତ୍ତ୍ୱାବଧାନରେ ଦୀପଦାନ ପର୍ବ ଆୟୋଜିତ ହୋଇଥିଲା।

ହାଉସିଂବୋର୍ଡ ଜଗନ୍ନାଥ ମନ୍ଦିରରେ ସମୂହ ଦୀପ ଦାନ

ଚନ୍ଦ୍ରଶେଖରପୁର : ଜଗା ବଳିଆଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ଼ କଲୋନି ଜଗନ୍ନାଥ ମନ୍ଦିରରେ ସାମୂହିକ ଦ୍ୱୀପ ଦାନ ଓ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି। ଦୁଇ ଭାଇଙ୍କୁ ମହାପ୍ରଭୁ ସୁସ୍ଥ କରି ଓଡ଼ିଶାକୁ ଫେରାଇ ଆଣନ୍ତୁ ବୋଲି ଉପସ୍ଥିତ ଶତାଧିକ ଜନତା ପ୍ରାର୍ଥନା କରିଥିଲେ। ମନ୍ଦିର କମିଟିର ଉପଦେଷ୍ଟା ସମାଜସେବୀ ମନୋଜ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୌରାଙ୍ଗ ଚରଣ ତ୍ରିପାଠୀ, ଜୟନାରାୟଣ ମିଶ୍ର,ସନ୍ତୋଷ କୁମାର ଦାସ, ଶଶିଭୂଷଣ ମଲ୍ଲିକ, ନୀଳକଣ୍ଠ ମହାନ୍ତି, ପବିତ୍ର କୁମାର ବିଶ୍ୱାଳ, ପ୍ରଗତୀ ବରିଷ୍ଠ ନାଗରିକ ସଂଘ ସଭାପତି ଏଚ୍‌ କେ ପ୍ରତାପଙ୍କ ସମେତ ହାଉସିଂବୋର୍ଡ଼ କଲୋନିର ଶତାଧିକ ଅଧିବାସୀ ସାମିଲ ହୋଇ ପ୍ରାର୍ଥନ କରିଥିଲେ।

ବିଜୁ ସେନା ପକ୍ଷରୁ ଆରୋଗ୍ୟ କାମନା

ଚନ୍ଦ୍ରଶେଖରପୁର : ସଫଳ ଅସ୍ତ୍ରୋପଚାର ପରେ ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଜଗା-ବଳିଆଙ୍କର ଆଶୁ ଆରୋଗ୍ୟ କାମନା କରି ଶିଖରଚଣ୍ଡୀ ନଗର ବିଜୁ ସେନା ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ସମୂହ ଦ୍ୱୀପଦାନ କରାଯାଇଛି। ଜଗା ବଳିଆ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିଆସିବା ନେଇ ଶତାଧିକ ଲୋକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା, ଓ୍ଵାର୍ଡ ନଂ-୨ କର୍ପୋରେଟର୍‌ ହରିଶ୍‌ ଚନ୍ଦ୍ର ମୁର୍ମୁ, ଯୁବନେତା ମିହିର ରାଉତ, ଗଣେଶ, ଓମ୍‌ ସାଇ, ମହାବୀର କ୍ଲବ୍‌ର ସମସ୍ତ ସଦସ୍ୟ, ଶାନ୍ତି ନଗର କ୍ଲବ୍‌ର ସଦସ୍ୟ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଇସିୟୁରେ ଚିକିତ୍ସିତ ହେଉଥିବା କନ୍ଧମାଳର ଦୁଇ ଭାଇଙ୍କ ଆରୋଗ୍ୟ କାମନା କରି ଶତାଧିକା ଜନତାଙ୍କ ପ୍ରାର୍ଥନା ବ୍ୟର୍ଥ ଯିବ ନାହିଁ ବୋଲି ମତ ପ୍ରକାଶ ପାଇଥିଲା।

ଚଉଷଠୀ ଯୋଗିନୀଙ୍କ ପୀଠରେ ଦୀପଦାନ

ବାଲିଅନ୍ତା : ଯୋଡ଼ାମୁଣ୍ଡ ଦୁଇ ଶିଶୁ ଜଗା-ବଳିଆଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଆଜି ବାଲିଅନ୍ତା ବ୍ଲକ ଅଧୀନ ଅଲାରପୁରସ୍ଥିତ ମା’ ଜାଗୁଳାଇ ସରସ୍ୱତୀ ଶିଶୁ ମନ୍ଦିରର ୨୫୧ ଛାତ୍ରଛାତ୍ରୀ ହୀରାପୁରସ୍ଥିତ ମା’ ଚଉଷଠୀ ଯୋଗିନୀଙ୍କ ନିକଟରେ ଦୀପ ଜାଳିଥିଲେ। ପ୍ରଧାନ ଗୁରୁଜୀ ଶ୍ରୀକାନ୍ତ ଶେଖର ସାମନ୍ତରାୟଙ୍କ ପୌରୋହିତ୍ୟରେ ସ୍କୁଲ ପରିସରରେ ଆୟାଜିତ ଏହି ସମୂହ ଦୀପଦାନ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର