ପ୍ରେମ ଆନନ୍ଦଙ୍କୁ ‘ସଂଗୀତଶ୍ରୀ’ ସମ୍ମାନ

ଭୁବନେଶ୍ବର: ‘ଦିବ୍ୟ‌େଜ୍ୟାତି ଫାଉଣ୍ଡେସନ’ ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି ସଙ୍ଗୀତ କାର୍ଯ୍ୟକ୍ରମ ‘କେ‌େହନା ହେ କ୍ୟା’। ସଂଧ୍ୟାର ପ୍ରଥମ ସଂଗୀତ ପରିବେଷଣ କରିଥିଲେ କଣ୍ଠଶିଳ୍ପୀ ଜ୍ୟୋତି ନାୟକ। ତାଙ୍କୁ ସଙ୍ଗୀତରେ ସହଯୋଗ କରଥିଲେ ଯୁବ କଣ୍ଠଶିଳ୍ପୀ ସତ୍ୟ ସାର୍ଥକ, ଆର୍ଯ୍ୟନ୍, ଅଭିଜିତ, ଜସ୍ମିନ ଦେବଦାସ, ଏସ୍‌ କେ ଅଧିକାରୀ ଏବଂ ସ୍ବସ୍ତି ପ୍ରମୁଖ। ଉଭୟ ଓଡ଼ିଆ ଏବଂ ହିନ୍ଦୀ ଗୀତର ମାହୋଲ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଅନୁଷ୍ଠାନର ଉପଦେଷ୍ଟା ପୀୟୂଷ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଟ୍ରଷ୍ଟି ଚକ୍ରଧର ନାୟକ, କେ ଶେଷା ସାଇ, ଲକ୍ଷ୍ମୀକାନ୍ତ ପାଲିତ, କମଳାକାନ୍ତ ମହାନ୍ତି, କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ଡିପିଏସ୍ କଳିଙ୍ଗ ସ୍କୁଲର ଅଧ୍ୟକ୍ଷା ଅନୁରାଧା ରକ୍ଷିତ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ପ୍ରେମ୍‌ ଆନନ୍ଦଙ୍କୁ ‘ସଂଗୀତଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ହୀରା ମ୍ୟୁଜିକ୍‌ ପକ୍ଷରୁ କଣ୍ଠଶିଳ୍ପୀ ଜ୍ୟୋତି ନାୟକଙ୍କୁ ବିଶେଷଭାବେ ସମ୍ବର୍ଧିତ କରାଯାଇଥିଲା। ପ୍ରିୟରଞ୍ଜନ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଗୁଲଶନ ନଦିମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର