ଭୁବନେଶ୍ୱର ଦୁର୍ଗାପୂଜା: ଏନ୍‌ଏଚ୍‌ ଉପରେ ବାହାନ ରଖିଲେ ଦେବାକୁ ପଡ଼ିବ ଜରିମାନା

ଭୁବନେଶ୍ୱର: ଟୁଇନ୍‌ ସିଟି(ଭୁବନେଶ୍ୱର-କଟକ)ରେ ଜଗତ ଜନନୀ ମା’ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇ ଯାଇଥିବା ବେଳେ, ପୂଜା ମଣ୍ଡପମାନଙ୍କରେ ଦର୍ଶକ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗୁଥିବା ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦୁର୍ଗାପୂଜା ଅବସରରେ ଟ୍ରାଫିକ ନିୟମ କଡ଼କଡ଼ି କରି ଦିଆଯାଇଛି। ଜାତୀୟ ରାଜପଥ ଉପରେ ଯାନ ବାହାନ ରଖିଲେ ଜରିମାନା ଦେବାକୁ ପଡ଼ିବ। ଟ୍ରାଫିକ୍‌ ଏସ୍‌ପି ଯତୀନ ପଣ୍ଡାଙ୍କ ସୂଚନା ଅନୁସାରେ, ପୂଜା ସମୟରେ ଅପରାହ୍ଣ ୪ଟାରୁ ରାତି ୧୧ ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ବନ୍ଦ ରହିବ। ପୂଜାକୁ ଦୃଷ୍ଟିରେ ରଖି ୮ପ୍ଲାଟୁନ ପୁଲିସ ମୁତୟନ ହେବେ। ରସୁଲଗଡ଼, ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, କଳ୍ପନା ଛକ, ରୂପାଲି ଛକ ଉପରେ ଟ୍ରାଫିକ ପୁଲିସର ନଜର ରହିବ। ଦର୍ଶକଙ୍କୁ ପୂଜା ନିକଟରେ ଥିବା ପାର୍କିସ୍ଥଳରେ ବାହାନ ରଖିବାକୁ ହେବ।

ସଂନ୍ଧ୍ୟା ୫ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ଭୁବନେଶ୍ୱର ସହିଦ ନଗର, ନୟାପଲ୍ଲୀ, ବରମୁଣ୍ଡା, ରସୁଲଗଡ଼, ଝାରପଡ଼ା, ଷ୍ଟେସନ ବଜାରସ୍ଥିତ ପୂଜାମଣ୍ଡପରେ ଅଧିକ ଭିଡ଼ ରହୁଛି।

ସୁରକ୍ଷା ବ୍ୟବସ୍ଥା ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। କଟକର ୧୭୧ ପେଣ୍ଡାଲରେ ମା’ ଦୁର୍ଗାଙ୍କୁ ପୂଜା କରାଯାଉଥିବା ବେଳେ, ଭୁବନେଶ୍ୱରରେ ୧୬୯ଟି ମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି।

କଟକରେ ୫୪ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୪ଜଣ ଅଫିସର ନିଯୁକ୍ତି ହେବେ। ୨ କମ୍ପାନୀ ସିଆରପିଏଫ୍‌ ଓ ଏସ୍‌ଓଜି ମୁତୟନ ହେବେ। ସେହିଭଳି ଭୁବନେଶ୍ୱରରେ ୨୫ ପ୍ଲାଟୁନ ଫୋର୍ସ ଓ ୨୦୦ ଅଫିସର ଦୁର୍ଗା ପୂଜା ଉପରେ ନଜର ରଖିବେ। ଏଥି ସହିତ ପ୍ରତି ପୂଜା ପେଣ୍ଡାଲରେ ସିସିଟିଭି କ୍ୟାମେରା ଲଗାଯିବା ସହିତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିବ।

ସମ୍ବନ୍ଧିତ ଖବର