ମଦ ଦୋକାନ ଓ ବାର୍‌ ଖୋଲିବା ନେଇ ତୀବ୍ର ପ୍ରତିକ୍ରିୟା

ଭୁବନେଶ୍ୱର: ଭୌମନଗର ହାଟରେ ଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନ ଓ ପଂଚଦୀପ ମାର୍କେଟ୍‌ କମ୍ପ୍ଲେକ୍ସରେ ନୂତନ ଭାବେ ମଦ ବାର୍‌ ଓ ହୋଟେଲ୍‌ ଖୋଲାକୁ ଭୌମନଗର ହାଟ ବ୍ୟବସାୟୀ ସଂଘ ବିରୋଧ କରି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ୨୦୧୮-୨୦୧୯ ଆଥିକ ବର୍ଷରେ ହୋଇଥିବା ଜାଗାରେ ପୁନଶ୍ଚ ନବୀକରଣ ନ କରିବା ଓ ଠିପିବନ୍ଦ ମଦ ଦୋକାନକୁ ତୁରନ୍ତ ସେଠାରୁ ଉଚ୍ଛେଦ କରିବା ଦାବିରେ ପାଇଁ ସଂଘ ସଭାପତି ବିରଞ୍ଚି ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଯଦି ଜିଲ୍ଲାପାଳ ଆଗାମୀ ଦିନରେ ଏ ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ହାଟର ସମସ୍ତ ବ୍ୟବସାୟୀ ଏହାକୁ ତୀବ୍ର ବିରୋଧ କରିବା ସଙ୍ଗେ ସଙ୍ଗେ ଦୋକାନ ଆଗରେ ଧାରଣା ଦେବେ ଓ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର