ବିଏମ୍‌ସିର ଜିଜିଆ କର ବିରୁଦ୍ଧରେ ସାମାଜିକ ସଂଗଠନଗୁଡ଼ିକର ବିକ୍ଷୋଭ

ଭୁବନେଶ୍ୱର : ବିଏମ୍‌ସିର ଜିଜିୟା କର ବିରୁଦ୍ଧରେ ସାମାଜିକ ସଂଗଠନଗୁଡ଼ିକ ତରଫରୁ ବିକ୍ଷୋଭ କରାଯାଇଥିଲା। ଲୋୟର ପିଏମ୍‌ଜିରେ ଧାରଣା ଦେଉଥିବା ସଂଗଠନ ଓ ଆନ୍ଦୋଳନକାରୀଙ୍କଠାରୁ ମୁଣ୍ଡପିଛା ୫ଟଙ୍କା ଓ ୫୦୦ରୁ କମ୍‌ ଲୋକମାନଙ୍କ ପାଇଁ ୧୦୦୦ଟଙ୍କା ଆଦାୟ ଏକ ଅଗଣତାନ୍ତ୍ରିକ ବ୍ୟବସ୍ଥା ବୋଲି ସଂଗଠନଗୁଡ଼ିକ ମତବ୍ୟକ୍ତ କରିଥିଲେ। ସାମାଜିକ କର୍ମୀ ପ୍ରଦୀପ ପ୍ରଧାନ କହିଥିଲେ ସରକାର ଆନ୍ଦେଳନକାରୀଙ୍କ ବିରୋଧରେ ଯେଉଁଭଳି ଭାବରେ କର ଲଗାଉଛନ୍ତି ତାହା ସମ୍ବିଧାନ ବିରୋଧୀ। ଏହି ବିକ୍ଷୋଭରେ ଓଡ଼ିଶା ବସ୍ତି ସଂଘର୍ଷ ସମିତିର ସଭାପତି ପ୍ରତାପ କୁମାର ସାହୁ, ସୂଚନା ଅଧିକାରୀ କର୍ମୀ ଶ୍ରୀକାନ୍ତ ପାକଳ, ଭକ୍ତି ପଲେଇ, ଅଭିଭାବକ ନେତ୍ରୀ ସଂଯୁକ୍ତା ପାଣିଗ୍ରାହୀ, ବସ୍ତିନେତ୍ରୀ ରଞ୍ଜୁଲତା ମହାପାତ୍ର, ସମାଜସେବୀ ରଞ୍ଜନ ସେନାପତି ଓ ଝୁନୁରାଣୀ ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର