ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ

ଜଟଣୀ: ଗତକାଲି ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ସମ୍ପର୍କୀୟ ମାମୁଁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଘଟଣାକୁ ନେଇ ଆଜି ଜଟଣୀରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକ ଓ ଉକ୍ତ ମୃତ ଛାତ୍ରୀଙ୍କ ସହପାଠୀମାନେ ହତ୍ୟାକାରୀକୁ ତୁରନ୍ତ ଗିରଫ ଦାବି କରି ଆଜି ରାସ୍ତାରୋକ କରିଥିଲେ। ଅପରପକ୍ଷରେ ମୃତ ନାବାଳିକାଙ୍କ ପରିବାରକୁ ନ୍ୟାୟ ଦାବି କରି ସ୍ଥାନୀୟ ବିଜେପି ଜଟଣୀ ଥାନା ଘେରାଉ କରିଥିବା ବେଳେ କ˚ଗ୍ରେସ ମଧ୍ୟ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇ ସେମାନଙ୍କ ସହ ସାମିଲ ହୋଇଥିଲା।

ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜଟଣୀ ଥାନା ଘେରାଉ କରାଯାଇଥିଲା। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଓ ଏହି ଘଟଣାରେ ପୁଲିସ୍‌ ଜାଣିଶୁଣି ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଥିବା ନେଇ ବିଜେପି ଅଭିଯୋଗ କରିଛି। ଅନ୍ୟପଟେ ଅପରାହ୍ନ ପ୍ରାୟ ୩ଟା ବେଳେ ଶତାଧିକ ଲୋକ ଓ ଛାତ୍ରଛାତ୍ରୀ ଜଟଣୀ ହରିରାଜପୁର-କପିଳପ୍ରସାଦ ଓ ଭୁବନେଶ୍ବର ରାସ୍ତାର ନିର˚ଜନପୁର ଛକଠାରେ ପ୍ଲା’କାର୍ଡ ଧରି ରାସ୍ତା ଉପରେ ଧାରଣାରେ ବସିଥିଲେ। ପରେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ବିଜେପି ନେତା ସୁଦୀପ୍ତ ରାୟ ଓ ବିଶ୍ବ ର˚ଜନ ବଡ଼ଜେନା ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚିଥିଲେ। ସେହିଭଳି କ˚ଗ୍ରେସ ପକ୍ଷରୁ ପଦ୍ମଚରଣ ସୁବୁଦ୍ଧି, ଅନନ୍ତ ବେହେରା, ନବନିର୍ମାଣ କୃଷକ ସ˚ଗଠନର ନେତ୍ରୀ ମଧୁମିତା ସାମଲ, ସାଇପ୍ରସାଦ ପଲେଇ, ଜଟଣୀ ନାରୀ ଶକ୍ତି ସ˚ଗଠନର ନେତ୍ରୀ ନମିତା ପାଳ ପ୍ରମୁଖ ଆନ୍ଦୋଳନକାରୀଙ୍କ ସହ ଧାରଣାରେ ବସିଥିଲେ। ରାଜନୈତିକ ସମର୍ଥନ ପାଇ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା। ରାସ୍ତାର ଉଭୟ ପଟରେ ଶତାଧିକ ଗାଡ଼ି ମୋଟର ଅଟକି ରହିଥିଲେ। ପ୍ରାୟ ୧ ଘଣ୍ଟା ପରେ ଜଟଣୀ ଥାନା ପୁଲିସ୍‌ ଓ ଭୁବନେଶ୍ବର କମିସନରେଟ୍‌ ପୁଲିସର ଅତିରିକ୍ତ ଡିସିପି ତପନ ପଟ୍ଟନାୟକ, ଜୋନ୍‌ ୩ ଏସିପି ପ୍ରାଣକୃଷ୍ଣ ରାଉତ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝ‌ା କରିଥିଲେ। ତେବେ ମୃତ ନାବାଳିକାଙ୍କୁ ନ୍ୟାୟ, ନାବାଳିକାଙ୍କ ମା’ଙ୍କୁ ଆର୍ଥିକ ସହାୟତା ଓ ଦୁଷ୍କର୍ମକାରୀଙ୍କୁ ଗିରଫ କରିବାକୁ ଆନ୍ଦୋଳନକାରୀମାନେ ଅଡ଼ି ବସିଥିଲେ। ଶେଷରେ ପୁଲିସ୍‌ ଅଧିକାରୀମାନେ ଦୁଷ୍କର୍ମକାରୀକୁ ୧୦ ଦିନ ମଧ୍ୟରେ ଗିରଫ କରିବା, ମୃତ ନାବାଳିକାଙ୍କ ମା’ଙ୍କୁ ଆର୍ଥିକ ସହାୟତା ଦେବାର ପ୍ରତିଶ୍ରୁତି ଦେବା ପରେ ସନ୍ଧ୍ୟା ୭ଟା ବେଳେ ଆନ୍ଦୋଳନକାରୀମାନେ ଧାରଣାରୁ ହଟିଥିଲେ। ଗତକାଲି ମୃତ ନାବାଳିକାଙ୍କ ମା’ ଅଭିଯୋଗ କରିଥିଲେ ଯେ ତାଙ୍କ ସମ୍ପର୍କୀୟ ଭାଇ ଗଜାନନ ବେହେରା ତାଙ୍କ ଝିଅଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା କରିଛି। ପୁଲିସ୍‌ ପ୍ରଥମେ ଏହି ଘଟଣାରେ ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ ମଧ୍ୟ ପରେ ଚାପରେ ପଡ଼ି ୪୭/୨୦୧୯ରେ ଏକ ମାମଲା ରୁଜୁ କରିଥିଲା। ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ଥାନା ଅଧିକାରୀ ବିଶ୍ବର˚ଜନ ସାହୁ କହିଛନ୍ତି ଯେ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୁଷ୍କର୍ମ, ହତ୍ୟା କିମ୍ବା ଆତ୍ମହତ୍ୟା ସ୍ପଷ୍ଟ ହେବ ଓ ସେନେଇ ମାମଲାର ଦଫା ଲଗାଯିବ।

ସମ୍ବନ୍ଧିତ ଖବର