ଲୋୟର ପିଏମ୍‌ଜିରୁ ହଟୁ ନାହାନ୍ତି ଆନ୍ଦୋଳନକାରୀ : ତମ୍ବୁ ଖୋଲିଦେଲା ପୁଲିସ୍‌

ଭୁବନେଶ୍ୱର : ଆଜି ଭୋରରୁ ଲୋୟର ପିଏମ୍‌ଜିରେ ଆନ୍ଦୋଳନରେ ବସିଥିବା ଆନ୍ଦୋଳନକାରୀଙ୍କ ପୁଲିସ୍‌ ତମ୍ବୁ ଖୋଲି ଦେଇଛି। ଆନ୍ଦୋଳନକାରୀଙ୍କୁ ବିଧାନସଭା ସମ୍ମୁଖରେ ଗୋଟିଏ ଦିନ ପାଇଁ ଆନ୍ଦୋଳନ କରିବାକୁ ଦିଆଯାଉଥିଲେ ହେଁ, ଆନ୍ଦୋଳନକାରୀ ଏହାକୁ ଖାତିର କରୁ ନାହାନ୍ତି। ତେଣୁ ଆଜି ପୁଲିସ ଧାରଣାରେ ବସୁଥିବା ଆନ୍ଦୋଳନକାରୀଙ୍କ ତମ୍ବୁ ଖୋଲିଦେବା ସହିତ ଡାକବାଜି ଯନ୍ତ୍ରକୁ ନେଇ ଯାଇଥିଲା। ପରବର୍ତୀ ସମୟରେ ଡାକବାଜି ଯନ୍ତ୍ରକୁ ଫେରାଇ ଦେଇଥିବା ଜଣାପଡ଼ିଛି।

ବିଧାନସଭା ଗତ ୪ଦିନ ହେବ ଶୀତକାଳନୀ ବିଧାନସଭା ଶେଷ ହୋଇଗଲାଣି। ମାତ୍ର ଏବେ ବି ଲୋୟର ପିଏମ୍‌ଜିରେ ୬/୭ ସଂଗଠନ ଧାରଣାରେ ବସିଛନ୍ତି। ଦାବି ପୂରଣ ପାଇଁ ସେମାନେ ଅଡ଼ି ବସିଥିବା ବେଳେ ଆଜି ପୁଲିସ ସେମାନଙ୍କ ଉପରେ ଦାଉ ସାଧିଛି। ଭୋର ପ୍ରାୟ ୫ଟା ସମୟରେ ପୁଲିସ ଲୋୟର ପିଏମ୍‌ଜିରେ ପହଞ୍ଚି ଆନ୍ଦୋଳନକାରୀଙ୍କ ଟେଣ୍ଟ ଖୋଲି ଦେଇଥିଲା। ଗୋଟିଏ ତମ୍ବୁ ଖୋଲା ଚାଲିଥିବା ବେଳେ କେତେକ ଧାରଣାକାରୀ ନିଜ ଆଡ଼ୁ ତମ୍ବୁ ଖୋଲି ଦେଇଥିଲେ। ଯାହାକୁ ନେଇ ଆନ୍ଦୋଳନକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ଏସିପି ଅସୀମ ପଣ୍ଡା କହିଛନ୍ତି, ବିଧାନସଭା ସମ୍ମୁଖରେ ଗୋଟିଏ ଦିନ ପାଇଁ ଆନ୍ଦୋଳନ କରିବାକୁ ପୁଲିସ ପକ୍ଷରୁ ଅନୁମତି ଦିଆଯାଇଥିଲା। ମାତ୍ର ଅନେକ ଆନ୍ଦୋଳନକାରୀ ଦିନ ଦିନ ସେଠାରେ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନଙ୍କୁ ବାରମ୍ବାର ହଟିବା ପାଇଁ ନୋଟିସ୍‌ କରାଯାଇଥିଲେ ହେଁ ସେମାନେ ଏହାକୁ ଖାତିର କରି ନ ଥିଲେ। ତେଣୁ ଆଜି ସକାଳେ ଆନ୍ଦୋଳନକାରୀଙ୍କ ତମ୍ବୁକୁ ଖୋଲି ଦିଆଯାଇଥିଲା ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର