ପୁଣ୍ୟ ଉତ୍କଳର ବରିଷ୍ଠ ନାଗରିକ ମଞ୍ଚ ଗଠିତ

ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କୁ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ପୁଣ୍ୟ ଉତ୍କଳ ଅନୁଷ୍ଠାନର ବରିଷ୍ଠ ନାଗରିକ ମଞ୍ଚ ଆଜି ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ମୁନ୍ନା ଖାଁ, କର୍କଟରୋଗ ବିଶେଷଜ୍ଞ ବୀରେନ୍ଦ୍ର କିଶୋର ଦାସ,ଆପାତକାଳୀନ ଚିକିତ୍ସକ ଜେପି ବିଶ୍ୱାଳ, ସମାଜସେବୀ ଗାୟତ୍ରୀ ମହାନ୍ତି ଓ ଆଭାରାଣୀ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।

ସ୍ତମ୍ଭକାର ତଥା କବି ଶୀରାମ ଦାଶ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର ବରିଷ୍ଠ ନାଗରିକଙ୍କୁ ସହଯୋଗ ପାଇଁ ଅନୁଷ୍ଠାନ ପକ୍ଷରୁ ଦିଆଯିବାକୁ ଥିବା ସେବା ସମ୍ପର୍କରେ ସୂଚନା ଦେଇଥଲେ। ମୁରଲୀଧର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଦିବ୍ୟାଙ୍ଗ କଳାକାର ହରିହର ଦେଓ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଗୀତିକାର ବୃନ୍ଦାବନ ଜେନା, ସିଦ୍ଧାର୍ଥ ମହାନ୍ତି, ଅଧ୍ୟାପକ ବୀରବର ଜେନା, ପ୍ରଶାନ୍ତ ମହାପାତ୍ର, ସଂଗଠନ ସମ୍ପାଦକ ଅସିତ ସାମଲ ଓ ନାରାୟଣ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୁଣ୍ୟ ଉତ୍କଳର ପତ୍ରିକା ସମ୍ପାଦକ ତୁଷାରକାନ୍ତ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର