ରେଡିଓ ଚକଲେଟ୍‌ ଅଲରାଉଣ୍ଡର-୨: ଶୁଚିସ୍ମିତା, ଅନିତା, କମଲ୍‌ ଫାଇନାଲିଷ୍ଟ

ଭୁବନେଶ୍ବର: ରେଡିଓ ଚକଲେଟ୍‌ ଅଲରାଉଣ୍ଡର-୨ ପ୍ରିଲିମ୍‌ ରାଉଣ୍ଡର ପ୍ରଥମ ପ୍ରତିଯୋଗିତା ଆଜି ଗୋଠପାଟଣାସ୍ଥିତ ଟାଇମ୍ସ ଗୁରୁକୁଳରେ ଅନୁଷ୍ଠିତ ହୋଇଯାଇଛି। ୩୯ ଜଣ ପ୍ରତିଯୋଗୀ ଏଥିରେ ଅ˚ଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଶୁଚିସ୍ମିତା, ଅନିତା ସୁନା ଓ କମଲ୍‌ ନାୟକ ଫାଇନାଲିଷ୍ଟ ହୋଇଛନ୍ତି। ମହାବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନଙ୍କର ଗୀତ, ନୃତ୍ୟ, ଅଭିନୟ, ଆଙ୍କରିଙ୍ଗ ଇତ୍ୟାଦିରେ ଥିବା ପ୍ରତିଭାର ଚିହ୍ନଟ ଏବ˚ ବିକାଶ ପାଇଁ ଓଡ଼ିଶାର ସବୁଠାରୁ ଅଧିକ ଲୋକପ୍ରିୟ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମ୍‌ ଧୁମ୍‌ ମିଠା ପକ୍ଷରୁ ଆରମ୍ଭ ହୋଇଛି ଚକଲେଟ୍‌ ଅଲ୍‌ରାଉଣ୍ଡର। ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଟାଇମ୍ସ ଗୁରୁକୁଳର ସମସ୍ତ ଛାତ୍ରଛାତ୍ରୀ ଏବ˚ କର୍ମକର୍ତାମାନେ ମନଭରି ଉପଭୋଗ କରିଥିଲେ। ଓଡ଼ିଶାର ମହିଳା ରକିଙ୍ଗ୍‌ ସିଙ୍ଗର‌୍‌ ଭାବେ ଜଣାଶୁଣା ନାଭ୍ୟା ଯୋଗଦେଇ ପିଲାମାନଙ୍କର ପ୍ରତିଭା ପ୍ରଦର୍ଶନର ମୂଲ୍ୟାୟନ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରାରମ୍ଭରେ ନାଭ୍ୟା ଓଡ଼ିଆ, ହିନ୍ଦୀ, ସମ୍ବଲପୁରୀ ଗୀତ ଗାଇ ସମସ୍ତଙ୍କୁ ଆମୋଦିତ କରିଥିଲେ। ପ୍ରତିଯୋଗିତା ଶେଷ ହେବା ପରେ ଫାଇନାଲିଷ୍ଟ ମାନଙ୍କ ନାମ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର