ରେଡିଓ ଚକ୍‌ଲେଟର ‘ଧୁମ୍‌ ମିଠା ପଣା’ କାର୍ଯ୍ୟକ୍ରମ

ଭୁବନେଶ୍ବର: ଓଡ଼ିଶାର ନମ୍ବର ୱାନ ଏଫଏମ ରେଡିଓ ଚକ୍‌ଲେଟ ଓଡ଼ିଆ ନୂଆବର୍ଷ ତଥା ପଣା ସଂକ୍ରାନ୍ତିକୁ ଏକ ନିଆରା ଢଙ୍ଗରେ ପାଳନ କରିଛି। ସ୍ଥାନୀୟ ଏସ୍‌ପ୍ଲାନେଡ ୱାନ ଠାରେ ରେଡିଓ ଚକ୍‌ଲେଟ, ‘ଏହା’ (ରେଡି ଟୁ ସର୍ଭ ଫ୍ରୁଟ, ବେଭରେଜ, ମସ୍ତ ଏହା ସ୍ବସ୍ତ ଏହା) ଓ ଏସ୍‌ପ୍ଲାନେଡ ୱାନର ମିଳିତ ପ୍ରଯୋଜନାରେ ଏକ ସୁନ୍ଦର କାର୍ଯ୍ୟକ୍ରମ ‘ଧୁମ୍‌ ମିଠା ପଣା’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶାତାଧିକ ଲୋକ ଉପସ୍ଥିତ ଥିଲେ। ରେଡିଓ ଚକ୍‌ଲେଟର ଆର୍‌ଜେ କୋଏଲ, କୋମଲ, ନଭି, ଅବକାଶ ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ଦର୍ଶକଙ୍କୁ ଓଡ଼ିଆ ନୂଆବର୍ଷ ସଂପର୍କିତ ପ୍ରଶ୍ନ ପଚାରିଥିଲେ। କିଛି ମଜାଳିଆ ଖେଳରେ ଦର୍ଶକମାନେ ଭାଗ ନେଇ ପୁରସ୍କାର ପାଇଥିଲେ। ସ୍ବାସ୍ଥ୍ୟ ଉପଯୋଗୀ ଧୁମ୍‌ ମିଠା ପଣା ପ୍ରାୟ ୧ ହଜାରରୁ ଅଧିକ ଲୋକଙ୍କୁ ବିତରଣ କରାଯାଇଥିଲା। ‘ଏହା’ର ଚେୟାରମ୍ୟାନ ଶର୍ମିଲି ମହାପାତ୍ର ଏବଂ ଏମଡି କର୍ଣ୍ଣେଲ ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦର୍ଶକମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର