ଡି’ଡେକର୍‌ରେ ଲାଗିଲା ରେଡିଓ ଚକ୍‌ଲେଟ୍‌ର ଲାଇଭ୍ ଷ୍ଟୁଡିଓ

ଭୁବନେଶ୍ବର: ଭୁବନେଶ୍ବରର ସହିଦ ନଗରରେ ଉଦଘାଟିତ ହୋଇଯାଇଛି ଭାରତର ବୃହତର ବ୍ରାଣ୍ଡ ଡି’ଡେକର୍। ଗୁରୁବାର ଏହି ସୋ’ରୁମ୍‌କୁ ଉଦ୍‌ଘାଟନ କରିଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ। ଏହି ଅବସରରେ ଡି’ଡେକର୍‌ର ଭାଇସ୍‌ ପ୍ରେସିଡେଣ୍ଟ ସନ୍ଦୀପ ବାଗାଡ଼େ, ଫ୍ରାଞ୍ଚାଇଜ୍‌ ଓନର୍‌ ସୁରେଶ ସନ୍ତୁକା, ଷ୍ଟୋର ମ୍ୟାନେଜର ଦେବାଶିଷ ଦାସ୍, ମାର୍କେଟିଙ୍ଗ୍‌ ହେଡ୍ ମଂଜରୀ ଶାହା ପ୍ରମୁଖ ଉପସ୍ଥିତ ଥିଲେ। ଡି’ଡେକର୍ ସମ୍ମୁଖରେ ରେଡିଓ ଚକ୍‌ଲେଟ୍‌ ପକ୍ଷରୁ ନିର୍ମିତ ଲାଇଭ୍ ଷ୍ଟୁଡିଓରେ ଅନୁ ଓ ଅନ୍ୟମାନେ ନିଜର ମତ ରଖିଥିଲେ। ଯାହା ରେଡିଓରେ ଲାଇଭ୍ ପ୍ରସାରିତ ହୋଇଥିଲା। ଆର୍‌ଜେ କୋମଲ, ଆରଜେ ନିଲ ଓ ଆରଜେ ଅନିଲ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଖୋଲିଥିବା ଏହି ଷ୍ଟୋର୍‌କୁ ଆସୁଥିବା ଗ୍ରାହକମାନେ ନିଜର ଅନୁଭୂତିକୁ ଲାଇଭ ରେଡିଓରେ ବଖାଣି ଥିଲେ। ଐଶ୍ବର୍ଯ୍ୟା ଓ କୁମାର ଲାଇଭ ଷ୍ଟୁଡିଓ ପରିଚାଳନାରେ ସହାୟତା କରିଥିଲେ। ସୁବ୍ରତ ସ୍ବାଇଁ, ଶ୍ରୀକାନ୍ତ ପଣ୍ଡା, ସତ୍ୟବ୍ରତ ମହାନ୍ତି ଓ ଅବିନାଶ ବିଶୋଇ ବୈଷୟିକ ସହାୟତା ଯୋଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର