ରେଡିଓ ଚକ୍‌ଲେଟ୍‌ର ନୂଆ ରୋମାଣ୍ଟିକ୍‌ ଗୀତ ‘ଖୋଲା ଆକାଶରେ’

ଭୁବନେଶ୍ୱର: ଓଡ଼଼ିଶାର ଲୋକପ୍ରିୟ ଏଫ୍‌ଏମ୍‌ ଚ୍ୟାନେଲ ରେଡିଓ ଚକ୍‌ଲେଟ୍‌ରେ ମାନସୀ ମ୍ୟୁଜିକ୍‌ର ନୂଆ ରୋମାଣ୍ଟିକ୍‌ ଗୀତ ‘ଖୋଲା ଆକାଶରେ’ ରିଲିଜ୍‌ ହୋଇଛି। ଏହି ମନଛୁଆଁ ଗୀତକୁ ସୁମିତ ମହାପାତ୍ର ଓ ସଂଚିତା ଗାଇଥିବା ବେଳେ ସୌମିତ୍ରୀ ପଲାଇ ସଙ୍ଗୀତ ଦେଇଛନ୍ତି। ସଂଗ୍ରାମ ମିଶ୍ର ଗୀତ ରଚନା କରିଛନ୍ତି। ଜଗନ୍ନାଥ ମହାନ୍ତି ପ୍ରୋଗ୍ରାମିଙ୍ଗ୍‌ କରିଥିବା ବେଳେ, ସ୍ମୃତିରଂଜନ ସାମଲ ରେକର୍ଡିଂ ଓ ମିକ୍ସିଂ କରିଛନ୍ତି। ଷ୍ଟୁଡିଓ ଭର୍ସନ୍‌କୁ କୁମାର ଅରୁଣ ଏଡିଟିଂ କରିଛନ୍ତି। ମାନସୀ ପଟ୍ଟନାୟକ ଗୀତଟି ପ୍ରଯୋଜନା କରିଛନ୍ତି। ଗ୍ରାଫିକ୍ସ ହାଡୁକିଶୋର କରିଛନ୍ତିି। ଶ୍ରୋତାମାନେ ଗୀତଟିକୁ ରେଡିଓ ଚକଲେଟ୍‌ରେ ଶୁଣିବା ସହିତ, ଷ୍ଟୁଡିଓ ଭର୍ସନ ରେଡିଓ ଚକ୍‌ଲେଟ୍‌ର ୟୁଟ୍ୟୁବ ପେଜ୍‌ରେ ଦେଖିପାରିବେ। ଏହା ସହ ରେଡିଓ ଚକଲେଟର ଆପ୍‌ରେ ମଧ୍ୟ ଗୀତଟି ଶୁଣିପାରିବେ। ରେଡିଓ ଚକ୍‌ଲେଟ୍‌ର ଆପକୁ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ଷ୍ଟୋର୍‌ରୁ ଡାଉନ୍‌ଲୋଡ୍‌ କରି ପାରିବେ।

ସମ୍ବନ୍ଧିତ ଖବର