ରେଡିଓ ଚକ୍‌ଲେଟ୍‌ରେ ‘ଖେଳ ଟିକେ ଅଲଗା’

ଭୁବନେଶ୍ବର: ଓଡ଼ିଶାର ପ୍ରଥମ ଘରୋଇ ଏଫ୍ଏମ୍ ଚ୍ୟାନେଲ୍‌ରେ ଆରମ୍ଭ ହୋଇଛି ପ୍ରଶ୍ନୋତ୍ତର ଭିତ୍ତିକ ଗେମ୍‌ ସୋ ‘ଖେଳ ଟିକେ ଅଲଗା’। ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପ୍ରତିଦିନ ଅପରାହ୍‌ଣ ୫ଟାରୁ ୬ଟା ଯାଏଁ ଚାଲୁଛି। ଏହାକୁ ପରିଚାଳନା କରୁଛନ୍ତି ଆର୍‌ଜେ ଅନିଲ୍ ଏବଂ ଆର୍‌ଜେ କୋମଲ। ରେଡିଓ ଚକଲେଟ୍‌ର ଫେସବୁକ୍ ପେଜ୍‌ରେ ମଧ୍ୟ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଦେଇ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିହେବ। ଏହି ଅବସରରେ କାର୍ଯ୍ୟକ୍ରମର ପ୍ରଥମ ୭ଦିନର ବିଜେତାଙ୍କୁ ଆଜି ରେଡିଓ ଚକଲେଟ୍‌ ଷ୍ଟୁଡିଓକୁ ନିମନ୍ତ୍ରଣ କରାଯାଇଥିଲା। ପ୍ରଥମ ସପ୍ତାହରେ ୧୨ଜଣ ବିଜେତାଙ୍କୁ ୱାଡ୍‌ୱିଜ୍‌ର ଆଞ୍ଚଳିକ ସେଲସ୍ ମ୍ୟାନେଜର୍‌ ଆଲୋକ ଦାସ ଓ ଏରିଆ ସେଲ୍‌ସ୍ ମ୍ୟାନେଜର୍‌ ପ୍ରଶାନ୍ତ କୁମାର ମହାରାଣା ଉପସ୍ଥିତ ରହି ଏକ ୱାଡ୍‌ୱିଜ୍‌ ଆଣ୍ଟିଭାଇରସ୍‌ କିଟ୍ ଏବଂ ଅନ୍ୟାନ୍ୟ ଉପହାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଆର୍‌ଜେ ଅନିଲ୍, ଆର୍‌ଜେ ନିଭି ଓ ସତ୍ୟ। ‘ଖେଳ ଟିକେ ଅଲଗା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏପରି ଆକର୍ଷଣୀୟ ଉପହାର ଜିତିବା ପାଇଁ ଶ୍ରୋତାମାନଙ୍କୁ ଟିମ୍‌ ଚକ୍‌ଲେଟ୍‌ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର