ରେଡିଓ ଚକ୍‌ଲେଟର ମିଠା ମିଠା କ୍ରିସ୍‌ମାସ୍‌

ଭୁବନେଶ୍ୱର: ବଡ଼ ଦିନର ଅବ୍ୟବହିତ ପୂର୍ବରୁ ରେଡିଓ ଚକଲେଟ୍‌ ସ୍ଥାନୀୟ ଭବାନୀ ମଲ୍‌ ପରିସରରେ ମିଠା ମିଠା କ୍ରିସ୍‌ମାସ୍‌ ପାଳନ କରିଛି। ଡିସେମ୍ବର ୨୪ ତାରିଖ ସନ୍ଧ୍ୟା ୫ରୁ ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଦର୍ଶକ, କଳାକାର ବିଶେଷ କରି କୁନି କୁନି ପିଲାମାନେ ଉପଭୋଗ କରିଥିଲେ। ଓଲିଉଡ୍‌ର ଗାୟକ ସଂଗ୍ରାମ ମହାନ୍ତି, ପିୟୁଷ, ଗାୟିକା ଜାଗୃତି ମିଶ୍ର, ଶ୍ୱେତା ମିଶ୍ର ବିଭିନ୍ନ ଲୋକପ୍ରିୟ ଓଡ଼ିଆ ଓ ହିନ୍ଦୀ ଗୀତ ଗାଇ ଦର୍ଶକଙ୍କ ମନୋରଂଜନ କରିଥିଲେ। ରଙ୍ଗବତୀ ଗୀତ ଦର୍ଶକଙ୍କ ଚାହିଦାରେ ଦୁଇଥର ପରିବେଷିତ ହୋଇଥିଲା। ଅଭିନେତ୍ରୀ ତଥା ହାସ୍ୟ କଳାକାର ଚାନ୍ଦିନୀଙ୍କ ଦକ୍ଷିଣୀ ଛୁଙ୍କ ଚମତ୍କାର ଥିଲା। ଆରଜେମାନେ ଗେମ୍‌ ଶୋ’ କରି ଦର୍ଶକମାନଙ୍କର ଭରପୂର ମନୋରଂଜନ କରିଥିଲେ। ଦର୍ଶକମାନଙ୍କ ମଧ୍ୟରୁ କିଛି କୁନି ପିଲା ମଂଚରେ ନୃତ୍ୟ ପରିବେଷଣ କରିଥିଲେ। ନାଚୁରାଲ୍‌ସ ତରଫରୁ ଆୟୋଜିତ ବିନ୍ଦି ପିନ୍ଧା ପ୍ରତିଯୋଗିତା ଉପଭୋଗ୍ୟ ଥିଲା। ଭବାନୀ ମଲ୍‌ ପରିସରରେ ଏ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା।

‘ଜୁଗାଡ଼ ଜଂକସନ’ର ଅନୁପ ବଜାଜ ଓ ’ଏନ ପାୱାର’ର ଶୈାନକ ଦାସ ଚକଲେଟ ସାଣ୍ଟାଙ୍କ ସହ ମଞ୍ଚ ଉପରେ ଉପସ୍ଥିତ ରହି ଉପହାର ପ୍ରଦାନ କରିଥିଲେ। ରେଡିଓ ଚକଲେଟ୍‌ର ସାଉଣ୍ଡ ଇଂଜିନିୟର ସତ୍ୟବ୍ରତ ସାଣ୍ଟା ରୂପରେ ଦର୍ଶକମାନଙ୍କୁ ଉପହାର ଓ କୁନି ପିଲାଙ୍କୁ ଚକଲେଟ ବାଣ୍ଟି ସମସ୍ତଙ୍କ ମନ କିଣିଥିଲେ। ଚକଲେଟ ସାଣ୍ଟାଙ୍କ ସହ ସେଲଫି ନେବା ଓ ହାତ ମିଶେଇବା ପାଇଁ ପ୍ରବଳ ଭିଡ଼ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଆର୍‌ଜେ ଅନିଲ ଓ କୋମଲ ଉପସ୍ଥାପନା କରିଥିଲେ। ଗେମ୍‌ ଶୋ ଦାୟିତ୍ୱରେ ଆରଜେ ନଦିମ ଓ ଅବକାଶ ଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଆରଜେ ନୀଲ୍‌, ଆରଜେ ନିଭି, ଗୁରୁ ଶତପଥୀ, ଲକ୍ଷ୍ମୀଧର, ହାଡ଼ୁକିଶୋର, ଶ୍ରୀକାନ୍ତ, ମାନସ, ସୁବ୍ରତ, ପବିତ୍ର, ରଶ୍ମୀ, ପ୍ରଶାନ୍ତ, ବିରଜା, ସୁମନ୍ତ, ବିମଲ, ପିଂଟୁ, ତାପସ, ମଧୁ ପ୍ରମୁଖ ସହାୟତା କରିଥିଲେ। ଏନ ପାୱାର ମିଠା ମିଠା କ୍ରିସ୍‌ମାସ୍‌ କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ଥିଲାବେଳେ, ଅନ୍ୟତମ ପ୍ରାୟୋଜକ ଥିଲେ ଅମ୍ବୃତ । ସହ ପ୍ରାୟୋଜକମାନେ ଥିଲେ ସୈାକିନ ମ୍ୟାଟ୍ରେସ, ଜୁଗାଡ଼ ଜଂକସନ, ଟାଟା ମୋଟର୍ସ, ମିନିସ୍‌ । ବିଉଟି ପାର୍ଟନର ଥିଲେ ନାଚୁରାଲ୍‌ସ ।

ସମ୍ବନ୍ଧିତ ଖବର