ଜେଲ୍‌ରେ ହେବ ରେଡିଓ ଷ୍ଟେସନ : କଏଦୀ ହେବେ ଆର୍‌ଜେ, କହିବେ ମନର କଥା

ଭୁବନେଶ୍ୱର : ଜେଲରେ ପ୍ରତିଷ୍ଠା ହେବ ରେଡିଓ ଷ୍ଟେସନ। ସ୍ୱତନ୍ତ୍ର ଷ୍ଟୁଡିଓରୁ ହେବ ପ୍ରସାରଣ। କଏଦୀ ମନ ପସନ୍ଦର ଗୀତ ଶୁଣିବେ, ଆଲୋଚନାଚକ୍ର ଅନୁଷ୍ଠିତ ହେବ। କଏଦୀ ରେଡିଓ ଜକି (ଆର୍‌ଜେ) ହେବେ, ମନର କଥା କହିବେ। ଏଭଳି ଏକ ସୁନ୍ଦର ପରିକଳ୍ପନା କରିଛନ୍ତି କାରାଗାର ଡିଜି ସତ୍ୟଜିତ ମହାନ୍ତି। ଖୁବଶୀଘ୍ର ଏଭଳି ଯୋଜନା ଝାରପଡ଼ା ଓ ଚୌଦ୍ୱାର ଜେଲରେ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି। ନିକଟ ଅତୀତରେ ବିଭିନ୍ନ ଜେଲ ପରିଦର୍ଶନ କରି ଫେରିବା ପରେ ଏଭଳି ଏକ ପରିକଳ୍ପନା ହୋଇଥିବା ସେ କହିଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟରେ ଏଭଳି ବ୍ୟବସ୍ଥା ହେବାକୁ ଯାଉଛି।

ଏହାକୁ ବାସ୍ତବ ରୂପ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜେଲ୍‌ରେ ଥିବା ଅନ୍ତେବାସୀଙ୍କ ମଧ୍ୟରେ ଟ୍ୟାଲେଣ୍ଟ ଖୋଜା ହେଉଛି। ଜେଲର ଓ ସୁପରିଣ୍ଟେଣ୍ଡେଣ୍ଟ ଏହି ଦାୟିତ୍ୱ ନେଇଛନ୍ତି। ସମସ୍ତ ୱାର୍ଡରେ ଏଥିପାଇଁ ଅଡିଓ ସିଷ୍ଟମ ଲାଗିବ। କଏଦୀମାନେ ସେମାନଙ୍କର ମନ କଥା କହିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିବ। ଅନେକ ଜେଲରେ ରହିବା ଫଳରେ ମାନସିକ ଦୁଶ୍ଚିନ୍ତାର ଶିକାର ହେଉଛନ୍ତି। ମନର କଥା କହିଦେଲେ ସେମାନେ ହାଲ୍‌କା ହେବା ସହ ଅନ୍ୟମାନେ ମଧ୍ୟ ପ୍ରଭାବିତ ହେବେ। ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେମାନେ ନିଜକୁ ପ୍ରସ୍ତୁତ କରିବେ।

HuffPost India

ସେମାନେ ଅନୁରୋଧ କରିଥିବା ମନ ପସନ୍ଦର ଗୀତ ବାଜିବ। ଏହାଛଡ଼ା ଜେଲରୁ ଫେରିବା ପରେ ଭଲ ମଣିଷ ହୋଇଥିବା କିଛି ଲୋକଙ୍କୁ ବଛାଯାଇ ସାକ୍ଷାତକାର କରାଯିବ। ପ୍ରଥମେ ଏହି ଦୁଇ ଜେଲରେ ଏଭଳି ବ୍ୟବସ୍ଥା ହେବା ପରେ ୫ଟି ସର୍କଲ ଜେଲରେ ଏହି ବ୍ୟବସ୍ଥା ହେବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର