‘ରାଗମାଳା’ ପକ୍ଷରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ସମାରୋହ

ଭୁବନେଶ୍ୱର: ‘ରାଗମାଳା’ ପକ୍ଷରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ସମାରୋହ ଆଜି ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପ୍ରତ୍ୟାଶା ସିଂ ଏକକ ଶାସ୍ତ୍ରୀୟ କଣ୍ଠ ସଂଗୀତ ପରିବେଷଣ କରିଥିଲେ। ରାଗ କଲ୍ୟାଣ ଏବଂ ବିଲମ୍ବିତ ତାଲ୍‌ରେ ‘କହେ ସଖି କୈସେ କେ କରିୟେ’ ସଂଗୀତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ତାଙ୍କ ପରେ ପରେ ଶୁଭାଙ୍ଗୀ ରାଉତ ‘ଜବ୍‌ ହି ଚଲେ ପ୍ରଭୁ ବନବାସ୍‌’ ସଙ୍ଗୀତ ସହ ବଡ଼ାଖୟାଲ୍‌ ପରିବେଷଣ କରିଥିଲେ। ଏହାପରେ ରାଗମାଳାର ଛାତ୍ରଛାତ୍ରୀଙ୍କ ଦ୍ୱାରା ଶାସ୍ତ୍ରୀୟ ବୃନ୍ଦ ଗାୟନ ଏବଂ ପି.ଟି ରେଶମା ରାଗ ମହ୍ଲାର ଏବଂ ବିଲମ୍ବିତ ତାଲ୍‌ରେ ‘ଆୟେ ଘନ୍‌ଘୋର’ ସଂଗୀତରେ ଦର୍ଶକମାନେ ବିମୋହିତ ହୋଇ ଯାଇ ଥିଲେ। ଏହି ଅବସରରେ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଓ ଅଧ୍ୟାପିକା ଡ. ପ୍ରତିଭା ମହାରଥି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ସଙ୍ଗୀତ ଆଚାର୍ଯ୍ୟ ଗୁରୁ ରଜନୀକାନ୍ତ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର