ଭୁବନେଶ୍ବର: ରାଜ୍ୟ ସରକାର ୫୦ ମାଇକ୍ରନ୍ରୁ କମ୍ ପଲିଥିନ୍ ଓ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ନିଷେଧ କରିଥିଲେ ହେଁ ଏବେବି ରାଜଧାନୀରେ ଏହା ବିକ୍ରି ହେଉଛି। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଚାଲିଥିବା ଚାରିଟି ପଲିଥିନ୍ କାରଖାନା ଉପରେ ବିଏମ୍ସି ଚଢ଼ଉ କରିଛି। ବିଏମ୍ସି, ବିଡିଏ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କମିସନରେଟ୍ ପୁଲିସ ଦ୍ବାରା ଗଠନ ହୋଇଥିବା ସ୍ବତନ୍ତ୍ର ସ୍କ୍ବାଡ୍ ଏହି ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପଲିକେମ୍ ଇଣ୍ଡିଆ ଏବଂ ନନ୍ଦି ମେଟାଲ ରୋଲିଂ ମିଲ୍ସରେ ନିଷେଧ ହୋଇଥିବା ୫୦ ମାଇକ୍ରନ୍ରୁ କମ୍ ଏବଂ ଏବେ ବ୍ୟବହାର ହେଉଥିବା ୫୦ ମାଇକ୍ରନ୍ରୁ ଅଧିକ ପଲିଥିନ ଉତ୍ପାଦ ହେଉଥିଲା। ସ୍କ୍ବାଡ୍ ଚଢ଼ଉ କରିବା ପରେ ପଲିକେମ୍ ଇଣ୍ଡିଆକୁ ୩୦ହଜାର ଟଙ୍କା ଏବଂ ନନ୍ଦିମେଟାଲ୍ରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରିଛି। ସେହିପରି ଏଠାରେ ଥିବା ଆଉ ଦୁଇଟି କାରଖାନା ପ୍ରିୟାଂଶୁ ପଲିମର୍ ଓ ନୀଳାଚଳ ପ୍ୟାକେଜ୍ରେ ଚଢ଼ଉ କରିଥିଲେ ହେଁ ଏଠାରୁ କିଛି ବେଆଇନ ପଲିଥିନ୍ ମିଳି ନ ଥିଲା।
୪ ପଲିଥିନ୍ କାରଖାନା ଉପରେ ଚଢ଼ଉ
/sambad/media/post_attachments/wp-content/uploads/2020/01/china-hm-polythene-bags-500x500.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)