ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ରେଳ ଟ୍ରାକ୍‌ ରକ୍ଷାଣାବେକ୍ଷଣ ଉପରେ ଗୁରୁତ୍ୱ

ଚନ୍ଦ୍ରଶେଖରପୁର: ରେଳ ମନ୍ତ୍ରାଳୟ ପକ୍ଷରୁ ଟ୍ରେନ୍‌ ପରିଚାଳନା କ୍ଷେତ୍ରରେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଦୁର୍ଘଟଣାମୁକ୍ତ ଯାତ୍ରାକୁ ସୁନିଶ୍ଚିତ କରିବା ସହ ରେଳ ଟ୍ରାକ୍‌ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୧୭ ମସିହା ନଭେମ୍ବର ମାସରେ ରେଳ ଟ୍ରାକ୍‌ ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ୪୫ ହଜାର ୩୩ ଘଣ୍ଟା ସମୟ ଦିଆଯାଇଛି। ଯାହା କି ପୂର୍ବ ବର୍ଷର ଏହି ସମୟ ମଧ୍ୟରେ ରେଳ ଟ୍ରାକ୍‌ ରକ୍ଷଣାବେକ୍ଷଣ ପାଇଁ ଦିଆଯାଇଥିବା ସମୟ ପ୍ରାୟ ୩୭,୧୬୫ ଘଣ୍ଟା ତୁଳନାରେ ପ୍ରାୟ ଶତକଡ଼ା ୨୧ ଭାଗ ଅଧିକ ସମୟ ଅଟେ। ତେଣୁ ଏହା ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ନିରାପତ୍ତା ଭିତ୍ତିଭୂମିର ବିକାଶ ଏବଂ ଦୁର୍ଘଟଣାର ସଂଖ୍ୟାକୁ କମ୍‌ କରିବାକୁ ସରକାର ସର୍ବଦା ଚେଷ୍ଟା କରୁଛନ୍ତି। ଚଳିତ ବର୍ଷର ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇଥିବାରୁ ଆମେ ସଠିକ୍‌ ଦିଗରେ ଗତି କରୁଛୁ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋୟଲ ସନ୍ତୋଷ ପ୍ରକାଶ କରିଛନ୍ତି। ଏପ୍ରିଲ ପହିଲାଠାରୁ ୩୦ ନଭେମ୍ବର ୨୦୧୭ ମଧ୍ୟରେ ପୂର୍ବ ବର୍ଷର ଏହି ସମୟ ମଧ୍ୟରେ ଘଟିଥିବା ଦୁର୍ଘଟଣା ତୁଳନାରେ ଟ୍ରେନ୍‌ ଲାଇନ୍‌ଚ୍ୟୁତି ଘଟଣା ସଂଖ୍ୟା ୩୭କୁ ହ୍ରାସ ପାଇଛି। ପୂର୍ବବର୍ଷ ଏହି ସମୟ (୨୦୧୬ ଏପ୍ରିଲ ପହିଲାରୁ ୨୦୧୬ ନଭେମ୍ବର ୩୦ ତାରିଖ) ମଧ୍ୟରେ ୬୭ ଟି ଦୁର୍ଘଟଣା ଘଟିଥିଲା। ୨୦୧୭ ନଭେମ୍ବର ମାସରେ ଟ୍ରେନ୍‌ ଲାଇନ୍‌ଚ୍ୟୁତି ଘଟଣା ପୂର୍ବବର୍ଷର ଏହି ସମୟ (୨୦୧୬ ନଭେମ୍ବର ମାସ)ରେ ଘଟିଥିବା ୮ଟି ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇ ମାତ୍ର ୫ଟି ଦୁର୍ଘଟଣା ଘଟିଛି।

ସେହିପରି ଏହି ସମୟସୀମା ମଧ୍ୟରେ ରେଳ ଫାଟକରେ ରେଳ ଦୁର୍ଘଟଣାର ସଂଖ୍ୟା ୧୪ରୁ ୮କୁ ହ୍ରାସ ପାଇଛି। ସଂପୂର୍ଣ୍ଣ ବର୍ଷ ମଧ୍ୟରେ ରେଳ ଦୁର୍ଘଟଣାର ସଂଖ୍ୟା ୮୫ରୁ ୪୯କୁ ହ୍ରାସ ପାଇଛି। ମାନବ ବିହୀନ ରେଳ ଫାଟକଗୁଡ଼ିକ ଦ୍ରୁତ ଗତିରେ କମ୍‌ କରିବାର ପ୍ରୟାସ ବଳରେ ରେଳବାଇକୁ ଏହି ସଫଳତା ମିଳିପାରିଛି।

ସମ୍ବନ୍ଧିତ ଖବର