ରାଜଧାନୀରେ ବର୍ଷା

ଦିନକ ଭିତରେ ବର୍ଷିଲା ୧୮.୪ ମିମି

ଭୁବନେଶ୍ୱର : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଥିବାବେଳେ ତାହାର ପ୍ରଭାବରେ ଆଜି ରାଜଧାନୀରେ ବିଜୁଳି ଓ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଛି। ୨ଟି ପର୍ଯ୍ୟାୟରେ ରାଜଧାନୀରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଥିଲା। ସକାଳ ପ୍ରାୟ ସାଢ଼େ ୮ଟାରୁ ଅପରାହ୍‌ଣ ସାଢ଼େ ୫ଟା ମଧ୍ୟରେ ୧୮.୪ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି।

ଅପରାହ୍‌ଣରେ ହିଁ ରାଜଧାନୀରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଥିଲା। ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରୁ ବର୍ଷା ଆରମ୍ଭ ହୋଇ ସାଢ଼େ ୪ଟା ପର୍ଯ୍ୟନ୍ତ ଚାଲିଥିଲା। ପରେ ସନ୍ଧ୍ୟା ୫ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ବର୍ଷା ହୋଇଥିଲା। ଆଚାର୍ଯ୍ୟବିହାର, ଜୟଦେବ ବିହାର, ବେହେରା ସାହି, ଇସ୍କନ୍‌ ମନ୍ଦିର ସମ୍ମୁଖ ରାସ୍ତା, ରସୁଲଗଡ଼, ରବି ଟକିଜ୍‌ ଓ ଅନ୍ୟାନ୍ୟ ତଳିଆ ଅଞ୍ଚଳରେ ପାଣି ଭରି ଯାଇଥିଲା। ଅଧିକାଂଶ ଛକରେ ପାଣି ଜମି ରହିଥିବାରୁ ଯୋଗୁଁ ଲୋକମାନଙ୍କୁ ଯିବା ଆସିବାରେ ସମସ୍ୟା ଦେଖା ଦେଇଥିଲା। ଅନେକ ସ୍ଥାନରେ ବର୍ଷା ଯୋଗୁଁ ଲୋକମାନେ ପାଣିରେ ଫସି ଯାଇଥିଲେ।

ସମ୍ବନ୍ଧିତ ଖବର